ଏସିଆ କପ୍ ହକି: ଭାରତ-ପାକିସ୍ତାନ ଲଢ଼େଇ ଆଜି

Advertisment
ଏସିଆ କପ୍ ହକି: ଭାରତ-ପାକିସ୍ତାନ ଲଢ଼େଇ ଆଜି

ଜାକର୍ତ୍ତା (ଇଣ୍ଡୋନେସିଆ): ଏସିଆ କପ୍ ହକି ପ୍ରତିଯୋଗିତା ‌ସୋମବାରଠାରୁ ସ୍ଥାନୀୟ ଜିବିକେ ଏରିନାଠାରେ ଆରମ୍ଭ ହେବ। ପ୍ରଥମ ଦିନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏହି ହାଇଭୋଲଟେଜ୍ ମ୍ୟାଚ୍‌କୁ ହକିପ୍ରେମୀ ଚାହିଁବସିଛନ୍ତି। ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିବାରୁ ସୋମବାର ମ୍ୟାଚ୍ ସହ ସଂପୂର୍ଣ୍ଣ ପ୍ରତି‌ଯୋଗିତା ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ସ୍ବତନ୍ତ୍ର ମହତ୍ବ ରଖିବ। ପ୍ରଥମ ଦିନରେ ଖେଳାଯିବାକୁ ଥିବା ଅନ୍ୟ ତିନିଟି ମୁକାବିଲାରେ ମାଲେସିଆ-ଓମାନ, ‌କୋରିଆ-ବାଂଲାଦେଶ ଏବଂ ଜାପାନ-ଇଣ୍ଡୋନେସିଆ ମୁହାଁମୁହିଁ ହେବେ। ବାଂଲାଦେଶର ଢାକାଠାରେ ଆୟୋଜିତ ଗତ ସଂସ୍କରଣର ଫାଇନାଲ୍‌ରେ ମାଲେସିଆକୁ ହରାଇ ଭାରତ ବିଜେତା ହୋଇଥିଲା। ଉଭୟ ଭାରତ ଓ ପାକିସ୍ତାନ ୩ଥର ଲେଖାଏଁ ଏହି ପ୍ରତିଯୋଗିତା ଜିତିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ସର୍ବାଧିକ ୪ ଥର ବିଜେତା ହୋଇଛି।

ଭାରତୀୟ ଦଳ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହଙ୍କ ପ୍ରଶିକ୍ଷଣରେ ଏହି ପ୍ରତିଯୋଗିତା ଖେଳିବ। ଏସ୍‌ଭି ସୁନିଲ ଭାରତୀୟ ଦଳର ଉପଅଧିନାୟକ ରହିଛନ୍ତି। ମ୍ୟାଚ୍ ପୂର୍ବରୁ ଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି ଯେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସବୁବେଳେ ଚାପ ରହିଥାଏ। ବରିଷ୍ଠ ଖେଳାଳିଭାବେ ଆମେମାନେ ଅଧିକ ଉତ୍ସାହିତ ହୋଇପାରିବୁ ନାହିଁ। କନିଷ୍ଠ ଖେଳାଳିମାନଙ୍କ ପାଇଁ କିନ୍ତୁ ଏହା ନିଶ୍ଚିତ ଭାବେ ନିଆରା ଅଭିଜ୍ଞତା ହେବ। ସେମାନେ କିଛିଟା ଚାପରେ ବି ରହିବେ। ତଥାପି ଆମେ ଏହି ମ୍ୟାଚ୍‌କୁ ଅନ୍ୟସବୁ ମ୍ୟାଚ୍ ଭଳି ଦେଖୁଛୁ। ଉଭୟ ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି। ଭଲ ପ୍ରଦର୍ଶନ କଲେ ଆମକୁ ନିଶ୍ଚିତ ଭାବେ ଭଲ ଫଳ ମିଳିବ। ଆମେ କୌଣସି ଦଳକୁ ହାଲକା ଭାବେ ନେଉନାହୁଁ। ସବୁଦଳ ଏଠାରେ ଭଲ କରି ବିଶ୍ବକପ୍ ଟିକଟ ହାସଲ କରିବା ପାଇଁ ଲଢ଼ିବେ। ଗତଥର ବିଜେତା ଭାବେ ଆମ ଉପରେ ସମସ୍ତଙ୍କ ନଜର ରହିବ। ଏଣୁ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe