ଏସିଆ କପ୍‌ ହକି: ଦ୍ୱିତୀୟ ପର୍ଯ୍ୟାୟରେ ମାଲେସିଆ, କୋରିଆ

Advertisment
ଏସିଆ କପ୍‌ ହକି: ଦ୍ୱିତୀୟ ପର୍ଯ୍ୟାୟରେ ମାଲେସିଆ, କୋରିଆ

ଢାକା: ଚଳିତ ଏସିଆ କପ୍‌ ହକି ପ୍ରତିଯୋଗିତାର ସୋମବାର ଖେଳା ଯାଇଥିବା ମାଲେସିଆ-ଓମାନ ମ୍ୟାଚ୍‌ରେ ମାଲେସିଆ ୭-୧ ଗୋଲ୍‌ର ବୃହତ୍‌ ବିଜୟ ହାସଲ କରିଛି। ଏକତରଫା ମୁକାବିଲାର ଦ୍ୱିତୀୟ କ୍ୱାର୍ଟରରେ ଲଗାତାର ପାଞ୍ଚଟି ଗୋଲ୍‌ ଦେଇ ମାଲେସିଆ ମ୍ୟାଚ୍‌କୁ ନିଜ କବଜାକୁ ନେଇ ଯାଇଥିଲା। ଓମାନ ମଧ୍ୟ ଏହି କ୍ୱାର୍ଟରରେ ଗୋଟିଏ ଗୋଲ୍‌ ଦେଇଥିଲା। ପରବର୍ତୀ ଦୁଇ କ୍ୱାର୍ଟରରେ ମାଲେସିଆ ଆଉ ଦୁଇଟି ଗୋଲ୍‌ ଦେଇ ୭-୧ରେ ମ୍ୟାଚ୍‌ ଜିତି ନେଇଥିଲା। ସୋମବାର କୋରିଆ ଏବଂ ଚୀନ ମଧ୍ୟରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ କୋରିଆ ୪-୧ ଗୋଲ୍‌ରେ ଚୀନକୁ ହରାଇଥିଲା। ମ୍ୟାଚ୍‌ର ପ୍ରଥମ ଦୁଇ କ୍ୱାର୍ଟରରେ କୋରିଆ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା। ତୃତୀୟ କ୍ୱାର୍ଟରରେ ଚୀନ ସେଥିମଧ୍ୟରୁ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲା। ହେଲେ ଶେଷ କ୍ୱାର୍ଟରରେ ଆଉ ଦୁଇଟି ଗୋଲ୍‌ ଦେଇ କୋରିଆ ୪-୧ରେ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe