ଏସିଆ କପ୍ : ଭାରତ ଆଗରେ ୧୭୨ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ

Advertisment

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ଭାରତ ଆଗରେ ୧୭୨ ରନର ଲକ୍ଷ୍ୟ ରଖିଛି ପାକିସ୍ତାନ । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ କରିଥିଲା ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ଭାରତ ଆଗରେ ୧୭୨ ରନର ଲକ୍ଷ୍ୟ ରଖିଛି ପାକିସ୍ତାନ । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ କରିଥିଲା ।

asia cup


ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ଭାରତ ଆଗରେ ୧୭୨ ରନର ଲକ୍ଷ୍ୟ ରଖିଛି ପାକିସ୍ତାନ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ କରିଥିଲା । ଦଳ ପକ୍ଷରୁ ସାହିବଜାଦା ଫରହାନ ୫୮ ରନ କରିଥିବାବେଳେ ଫକର ଜମାନ ୧୫ ରନ କରିଥିଲେ । ସଇମ ଆୟୁବ ୨୧ ରନ କରିଥିବାବେଳେ ମହମ୍ମଦ ନଓ୍ବାଜ ୨୧ ରନ କରିଥିଲେ । ସେହିପରି ସଲମାନ ଆଗା ୧୭ ରନ କରିଥିବାବେଳେ ଫହିମ ଅସରଫ ୨୦ ରନ କରିଥିଲେ । ଭାରତ ପକ୍ଷରୁ ଶିବମ ଦୁବେ ୨ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ତେବେ ଭାରତର ଫିଲଡିଂ ଆଜି ନିରାଶାଜନକ ଥିଲା । ଭାରତୀୟ ଫିଲଡରମାନେ ପ୍ରାୟ ୪ଟି କ୍ୟାଚ ହାତଛଡ଼ା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe