ଦୁବାଇ: ଏସିଆ କପ୍ର ସୁପର ଟକ୍କରରେ ପାକିସ୍ତାନ ୩ଟି ଓ୍ଵିକେଟ ହରାଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ମ୍ୟାଚ ଜାରି ରହିଥିବା ବେଳେ ପାକିସ୍ତାନ ୨୭ ଓଭରରେ ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ୯୯ ରନ୍ ସଂଗ୍ରହ କରିଛି। ଟସ୍ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବୋଲିଂ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଅଧିନାୟକ ସର୍ଫରାଜ ଅହମଦ ଓ ସୋଏବ ମଲିକ କ୍ରିଜ୍ରେ ଅଛନ୍ତି।
ପ୍ରଥମ ୮ ଓଭର ଭଲ ରନ ସଂଗ୍ରହ ହୋଇ ନଥିଲେ ମଧ୍ୟ ପାକିସ୍ତାନ କୌଣସି ଓ୍ଵିକେଟ ହରାଇ ନଥିଲା। ସ୍କୋର ୨୪ ରନ୍ ଥିବା ବେଳେ ଇମାମ ଉଲ୍ ହକ୍(୧୦) ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇଥିଲେ। ସେ ୨୦ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ଭାରତର ୨ୟ ଶିକାର ହୋଇଥିଲେ ଫାକର ଜମାନ(୩୧)। କୁଲଦୀପ ଯାଦବଙ୍କ ଦ୍ୱାରା ଏଲବିଡବ୍ଲୁ ହେବା ପୂର୍ବରୁ ବାବାର ୪୪ଟି ବଲ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ଜମାଇଥିଲେ। ସେତେବେଳକୁ ସ୍କୋର ୫୫ ରନ୍ରେ ପହଞ୍ଚି ସାରିଥିଲା। ପାକିସ୍ତାନ ୩ୟ ଓ୍ଵିକେଟରେ ବାବର ଆଜମ(୯)ଙ୍କୁ ହରାଇ ଥିଲା। ୨୫ଟି ବଲ ଖେଳିଥିବା ଆଜମ ରବୀନ୍ଦ୍ର ଜାଦେଜା ଓ ଚହଲଙ୍କ ଦ୍ୱାରା ରନ ଆଉଟ ହୋଇ ପାଭଲିଅନ ଫେରିଥିଲେ।
Follow Us