ଏସୀୟ ଆଇସ୍‌ ହକିରେ ପରିକେତ୍‌

Advertisment
ଏସୀୟ ଆଇସ୍‌ ହକିରେ ପରିକେତ୍‌

ଭୁବନେଶ୍ୱର: ମାଲେସିଆର ରାଜଧାନୀ କ୍ଵାଲାଲମ୍ପୁରଠାରେ ଆୟୋଜିତ ଏସୀୟ ଆଇସ୍‌ ହକି ପ୍ରତିଯୋଗିତାରେ ଓଡ଼ିଆ ତାରକା ପରିକେତ ମହାପାତ୍ର ୨୦ ବର୍ଷରୁ କମ୍‌ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେ ଗୋଲ୍‌ରକ୍ଷକ ଦାୟିତ୍ୱ ତୁଲାଇବେ। ଯୁକ୍ତରାଷ୍ଟ୍ର ଆମେରିକାର ପେନ୍‌ସିଲଭାନିଆସ୍ଥିତ ଲାଂକାଷ୍ଟରରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ପରିକେତ ପ୍ରାୟ ୪ ବର୍ଷ ହେଲା ଆଇସ୍‌ ହକି ଅଭ୍ୟାସ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ଏସୀୟ ଆଇସ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ସଫଳତା ନେଇ ଆଶାବ୍ୟକ୍ତ କରିବା ସହିତ ଭାରତରେ ଆଇସ୍‌ ହକି ପ୍ରତି ଅଧିକ ଆଦୃତି ଓ ଆଗ୍ରହ ଜନ୍ମାଇବା ନିମନ୍ତେ ଉଦ୍ୟମ କରିବେ ବୋଲି ସୁବ୍ରତ ଓ ତୋୟା ମହାପାତ୍ରଙ୍କ ପୁଅ ପରିକେତ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe