ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ପ୍ରଥମ ଦିନ ଭାରତକୁ ୨ ସ୍ବର୍ଣ୍ଣ ସହ ୩ ପଦକ

Advertisment
ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ପ୍ରଥମ ଦିନ ଭାରତକୁ ୨ ସ୍ବର୍ଣ୍ଣ ସହ ୩ ପଦକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ୟେଞ୍ଚିଅନ୍‌ରେ ରବିବାରଠାରୁ ଆରମ୍ଭ ହୋଇଥିବା ୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ୨ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛନ୍ତି। ଯୁବ ପ୍ରତିଭା ରୋଜାନା ମଲ୍ଲିକ ହୀନା ମହିଳା ୪୦୦ ମିଟର୍‌ ଦୌଡ଼ରେ ୫୩.୩୧ ସେକେଣ୍ଡ୍ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (୫୩.୨୨ ସେକେଣ୍ଡ୍‌)ଠାରୁ ଅଳ୍ପକେ ପଛରେ ପଡ଼ିଯାଇଥିଲେ। ଗତ ଏପ୍ରିଲ୍ ମାସରେ ହୀନା ତାସକେଣ୍ଟଠାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ବୟସ ବର୍ଗର ୪୦୦ ମିଟର୍‌ ମହିଳା ଇଭେଣ୍ଟ୍‌ରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସ୍ବର୍ଣ୍ଣ ପଦକ ସହିତ ହୀନା ଭାରତର ଭବିଷ୍ୟତ ଧାବିକା ଭାବେ ମଧ୍ୟ ଉଭା ‌ହୋଇଛନ୍ତି। ରବିବାର ଭାରତ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ପଦକଟି ଜିତିଥିଲେ ଭାରତପ୍ରୀତ୍ ସିଂହ। ପୁରୁଷ ଡିସ୍‌କସ୍ ଇଭେଣ୍ଟ୍‌ରେ ଭାରତପ୍ରୀତ୍‌ ପାଲ୍‌ ୫୫.୬୬ ମିଟର୍‌ ଥ୍ରୋ ସହିତ ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ଚମତ୍କାର ଟେକନିକ୍ ଓ ଷ୍ଟ୍ରେନ୍ଥ୍‌ ଦେଖାଇଥିଲେ ଭାରତପ୍ରୀତ୍। ଭାରତର ପଦକ ତାଲିକାରେ ଆଉ ଏକ ସଂଯୋଗ କରିଥିଲେ ଅନ୍ତିମା ପଲ୍‌। ମହିଳା ୫,୦୦୦ ମିଟର୍‌ ରେସ୍‌ରେ ଅନ୍ତିମା ୧୭ ମିନିଟ୍‌ ୧୭.୧୧ ସେକେଣ୍ଡ୍‌ ସମୟ ନେଇ ତୃତୀୟ ସ୍ଥାନରେ ରହିବାରୁ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe