ଦୁବାଇ: ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଫାଇନାଲ୍ରେ ଝୁଣ୍ଟିଛନ୍ତି ୬ ଥରର ବିଶ୍ବବିଜୟିନୀ ଏମ୍ସି ମେରିକମ୍। ରବିବାର ତୀବ୍ର ସଂଘର୍ଷପୂର୍ଣ୍ଣ ୫୧ କେଜି ବର୍ଗ ଫାଇନାଲ୍ରେ ସେ ୨-୩ରେ କାଜଖସ୍ତାନର ନାଜିମ କିଜାଇବେଙ୍କଠୁ ହାରିଯାଇଥିଲେ। ଫଳରେ ଏହି କିଂବଦନ୍ତି ଭାରତୀୟ ମୁଷ୍ଟିଯୋଦ୍ଧା ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏହି ପ୍ରତିଯୋଗିତାରେ ମେରିକମ୍ଙ୍କ ଏହା ସପ୍ତମ ପଦକ। ସେମିଫାଇନାଲ୍ରେ ମେରିକମ୍ ଲୁତ୍ସାଇଖାନ ଆଲ୍ଟାତ୍ସେଗଙ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲେ।
ଏସୀୟ ମୁଷ୍ଟିଯୁଦ୍ଧ, ମେରିକମ ରୌପ୍ୟରେ ସନ୍ତୁଷ୍ଟ
Advertisment
Follow Us