ଏସୀୟ ମୁଷ୍ଟିଯୁଦ୍ଧ: ପଦକ ପକ୍କା କଲେ ଲଭ୍‌ଲିନା ଓ ହୁସାମୁଦ୍ଦିନ

Advertisment
ଏସୀୟ ମୁଷ୍ଟିଯୁଦ୍ଧ: ପଦକ ପକ୍କା କଲେ ଲଭ୍‌ଲିନା ଓ ହୁସାମୁଦ୍ଦିନ

Tribune India

ଅମାନ (ଜୋର୍ଡାନ) : ଅଲିମ୍ପିକ୍ କାଂସ୍ୟ ବିଜୟିନୀ ଲଭ୍‌ଲିନା ବୋର୍ଗୋହେଁ ଏବଂ ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜେତା ମହମ୍ମଦ ହୁସାମୁଦ୍ଦିନ ଏଠାରେ ଚାଲିଥିବା ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ପଦକ ନିଶ୍ଚିତ କରିଛନ୍ତି। ହୁସାମୁଦ୍ଦିନ ୫୭ କେଜି କ୍ବାର୍ଟର ଫାଇନାଲ୍‌ରେ ଦକ୍ଷିଣ କୋରିଆର ହେଙ୍ଗ୍‌ସିଉକ ଲି’ଙ୍କୁ ୫-୦ରେ ପରାସ୍ତ କରି ଭାରତ ପାଇଁ ପଦକ ପକ୍କା କରିଛନ୍ତି। ସେମିଫାଇନାଲ୍‌ରେ ସେ ୨୦୨୧ ବିଶ୍ବ ଚାମ୍ପିଅନ୍‌ସିପ ରୌପ୍ୟ ବିଜେତା ସେରିକ ତେମିରଝାଙ୍କ ସହ ଲଢ଼ିବେ।

ଅନ୍ୟପକ୍ଷରେ ୭୫ କେଜି ବର୍ଗରେ ପ୍ରଥମ ଥର ଅଂଶଗ୍ରହଣ କରିଥିବା ଲଭ୍‌ଲିନା କ୍ବାର୍ଟର ଫାଇନାଲ୍‌ରେ ୩-୨ରେ କାଜକସ୍ତାନର ଭାଲେଣ୍ଟିନା ଖାଲଜୋଭାଙ୍କୁ ପରାସ୍ତ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ୬୯ କେଜି ବର୍ଗରେ କାଂସ୍ୟ ଜିତିଥିଲେ ଲଭ୍‌ଲିନା। ଏହି ଓଜନ ବର୍ଗ ପ୍ୟାରିସ ଅଲିମ୍ପିକ୍‌ରେ ସାମିଲ ନଥିବାରୁ ୨୫ ବର୍ଷୀୟା ଲଭ୍‌ଲିନା ୭୫ କେଜି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୫୬ କେଜି ବର୍ଗରେ ଅଙ୍କୁଶିତା ବୋରୋ ମଧ୍ୟ ସେମିଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ସେ ୫-୦ରେ ଜାପାନର ତୁବାତା ଆର୍ସିଆଙ୍କୁ ହରାଇଥିଲେ। ତେବେ ୭୦‌ କେଜିରେ ପୂଜା ୦-୫ରେ କାଜକସ୍ତାନର ଡାରିଗା ସାକିମୋଭାଙ୍କଠୁ ହାରି ବିଦାୟ ନେଇଛନ୍ତି। ଏହା ପୂର୍ବରୁ ମିନାକ୍ଷୀ (୫୨ କେଜି) ଓ ପ୍ରୀତି (୫୭ କେଜି) ଏବଂ ବିଶ୍ବ କାଂସ୍ୟ ବିଜେତା ପ୍ରବୀଣ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe