ଏସୀୟ ଚାମ୍ପିଅନ୍ସ ଟ୍ରଫି: ଚୀନ୍‌କୁ ହରାଇ ଫାଇନାଲ୍‌ରେ ଭାରତ

ଏସୀୟ ଚାମ୍ପିଅନ୍ସ ଟ୍ରଫି: ଚୀନ୍‌କୁ ହରାଇ ଫାଇନାଲ୍‌ରେ ଭାରତ

ରାଞ୍ଚି: ଏଠାରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ମହିଳା ଦଳ ଅପରାଜେୟ ସହ ଫାଇନାଲ୍‌ ସ୍ଥାନ ପକ୍କା କରିଛି। ଶନିବାର ସେମିଫାଇନାଲ୍‌ରେ ଭାରତ ୨-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରିଥିଲା। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ସଲିମା ଟେଟେଙ୍କ ଫିଲ୍ଡ ଗୋଲ୍‌ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୧୯ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ‌ବୈ‌ଷ୍ଣୋବୀ ଭିଥାଲ ଫାଲ୍‌କୋ ଗୋଲ୍‌ରେ ପରିଣତ କରି ଦେବାରୁ ଭାରତ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲା। ଭାରତ ଫାଇନାଲ୍‌ରେ ଜାପାନକୁ ଭେଟିବ। ଅନ୍ୟଏକ ସେମିଫାଇନାଲ୍‌ରେ ଜାପାନ ୨-୧ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe