ଏସୀୟ ଚାମ୍ପିଅନ୍ସ ଟ୍ରଫି ଉନ୍ମୋଚିତ

Advertisment
ଏସୀୟ ଚାମ୍ପିଅନ୍ସ ଟ୍ରଫି ଉନ୍ମୋଚିତ

ନୂଆଦିଲ୍ଲୀ: ହକି ଇଣ୍ଡିଆ ଗୁରୁବାର ‌ଏସୀୟ ଚାମ୍ପିଅନ୍ସ ଟ୍ରଫିକୁ ଉନ୍ମୋଚିତ କରିଛି। ଏଥଲାଗି ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥିଭାବେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଯୋଗ ଦେଇ ଏହି ଟ୍ରଫି ଉନ୍ମୋଚନ କରିଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସମ୍ପାଦକ ଭୋଳାନାଥ ସିଂହ, କୋଷାଧ୍ୟକ୍ଷ ତଥା ତାମିଲନାଡ଼ୁ ହକି ସଂଘ ସଭାପତି ସେକର ମନୋହରନ, ଅଲିମ୍ପିଆନ୍‌ ହରବିନ୍ଦର ସିଂହ, ଅଶୋକ ଦିୱାନ, ଜାଫର ଇକ୍‌ବାଲ, ରୋମିଓ ଜେମ୍ସ, ଏମ୍‌ପି ସିଂହ, ଏଚ୍‌ପିଏସ୍‌ ଚିମାନି ଓ ଭିନୀତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ପାସ୍‌ ଦ ବଲ୍‌’ର ଅଭିଯାନ ଆରମ୍ଭ ହୋଇଥିଲା। ଏହାର ପ୍ରଚାର ପ୍ରସାର ପାଇଁ ପାସ୍‌ ଦି ବଲ୍‌ ସହ ଟ୍ରଫି ଟୁର୍‌ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସହରରେ ହେବ। ଟ୍ରଫି ମଧ୍ୟ ଭୁବନେଶ୍ବର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏସୀୟ ଚାମ୍ପିଅନ୍ସ ଟ୍ରଫି ପ୍ରତିଯୋଗିତା ଅଗଷ୍ଟ ୩ରୁ ଚେନ୍ନାଇରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ସହ କୋରିଆ, ମାଲେସିଆ, ଜାପାନ, ପାକିସ୍ତାନ ଓ ଚୀନ୍‌ ଭାଗନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe