ଏସୀୟ କପ୍‌ ‌କ୍ବାଲିଫାୟାର: ବିଜୟରୁ ଭାରତର ଅଭିଯାନ

Advertisment
ଏସୀୟ କପ୍‌ ‌କ୍ବାଲିଫାୟାର: ବିଜୟରୁ ଭାରତର ଅଭିଯାନ

ଦୁବାଇ: ଚଳିତ ଏଏଫ୍‌ସି ୨୩ ବର୍ଷରୁ କମ୍‌ ଏସୀୟ କପ୍‌ ୨୦୨୨ କ୍ବାଲିଫାୟାର୍ସରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଦୁବାଇର ଫୁଜାଇରା ଷ୍ଟାଡିୟମରେ ରବିବା‌ର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ ଓମାନକୁ ମାତ୍‌ ଦେଇଛି। ପ୍ରାରମ୍ଭରୁ ରହିମ ଅଲ୍ଲୀ (୬ ମିନିଟ୍‌) ପେନାଲ୍‌ଟିକୁ ଗୋଲ୍‌ରେ ପରିଣତ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଏହାପରେ ବିକ୍ରମ ପ୍ରତାପ ସିଂହ (୩୭ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ପ୍ରଥମାର୍ଦ୍ଧକୁ ୨-୦ରେ ଶେଷ କରିଥିଲା। ପ୍ରଥମାର୍ଦ୍ଧ ପରି ଦ୍ବିତୀୟାର୍ଦ୍ଧରେ ମଧ୍ୟ ଓମାନକୁ ‌ଗୋଲ୍‌ ସୁଯୋଗ ଦେଇନଥିଲା ଭାରତ। ହେ‌ଲେ ‌ଶେ‌ଷ ମିନିଟ୍‌ରେ ଓମାନ୍‌ର ୱାଲିଦ ସଲିମ (୮୯ ମିନିଟ୍‌) ଦଳ ପାଇଁ ସାନ୍ତ୍ବନାମୂଳକ ଗୋଲ୍‌ ଦେଇ ଦଳର ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ବିଜୟ ସହ ଭାରତ ୩ ପଏଣ୍ଟ୍‌ ପାଇ ଗ୍ରୁପ୍‌-ଇ’ରେ କିର୍ଗିଜ ରିପବ୍ଲିକ ସହ ମିଳିତ ଶୀର୍ଷରେ ରହିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ ବୁଧବାର ଆୟୋଜକ ୟୁଏଇ ବିପକ୍ଷରେ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe