ଏସୀୟ କ୍ରୀଡ଼ା ହକି ସୂଚୀ ଘୋଷିତ:ଅଲିମ୍ପିକ୍‌ ଯୋଗ୍ୟତା ମୁଖ୍ୟ ଆହ୍ଵାନ

Advertisment
ଏସୀୟ କ୍ରୀଡ଼ା ହକି ସୂଚୀ ଘୋଷିତ:ଅଲିମ୍ପିକ୍‌ ଯୋଗ୍ୟତା ମୁଖ୍ୟ ଆହ୍ଵାନ

Blacksticks Emily Naylor in action during the Four Nations Hockey Tournament, North Harbour Hockey Stadium, Auckland, New Zealand. Thursday 12 April 2012. Photo: Wayne Drought / photosport.co.nz

ଜାକର୍ତା: ଇଣ୍ଡୋନେସିଆର ଜାକର୍ତା ଓ ପାଲେମବାଙ୍ଗରେ ଅଗଷ୍ଟ ୧୮ରୁ ଆରମ୍ଭ ହେଉଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ହକି ଖେଳସୂଚୀ ସୋମବାର ପ୍ରକାଶିତ ହୋଇଛି। ଏଥର ସର୍ବାଧିକ ଦେଶ ଭାଗନେଉଛନ୍ତି ଏହି ସଂସ୍କରଣରେ। ୧୪ ଦେଶରୁ ୨୧ ଦଳ ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରତିଦ୍ୱନ୍ଦ୍ୱୀତା କରିବେ। ୧୪ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୬୦ ମ୍ୟାଚ୍‌ ଖେଳାଯିବ। ଉଭୟ ବର୍ଗର ବିଜେତା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଯାଉଥିବାରୁ ସବୁ ଦଳ ପାଇଁ ଏହା ଆହ୍ଵାନ ପାଲଟିଛି। ପୁରୁଷ ବର୍ଗରେ ୧୧ ଦଳକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍‌ ‘ଏ’ରେ ଭାରତ ସହିତ କୋରିଆ, ଜାପାନ, ଶ୍ରୀଲଙ୍କା, ହଂ କଂ-ଚାଇନା ରହିଛନ୍ତି। ପୁଲ ‘ବି’ରେ ମାଲେସିଆ, ପାକିସ୍ତାନ, ବାଂଲାଦେଶ, ଓମାନ, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ଅଛନ୍ତି। ୧୦ ଦଳୀୟ ମହିଳା ବିଭାଗରେ ଭାରତ କିନ୍ତୁ ପୁଲ୍‌ ‘ବି’ରେ କୋରିଆ, ଥାଇଲାଣ୍ଡ୍‌, କାଜାକସ୍ତାନ, ଇଣ୍ଡୋନେସିଆ ସହ ରହିଛନ୍ତି। ପୁଲ୍‌ ‘ଏ’ରେ ଚୀନ, ଜାପାନ, ମାଲେସିଆ, ହଂ କଂ-ଚୀନ, ଚାଇନିଜ୍‌ ତାଇପେ ସ୍ଥାନ ପାଇଛନ୍ତି। ମହିଳା ବିଭାଗ ମ୍ୟାଚ୍‌ ୧୯ରୁ ଏବଂ ପୁରୁଷଙ୍କ ଅଭିଯାନ ୨୦ରୁ ଆରମ୍ଭ ହେବ। ଭାରତୀୟ ମହିଳା ୧୯ରେ ଇଣ୍ଡୋନେସିଆ ସହିତ ଏବଂ ପୁରୁଷ ୨୨ ତାରିଖରେ ହଂ କଂ-ଚୀନ ସହିତ ଖେଳି ଅଭିଯାନ ଆରମ୍ଭ କରିବେ। ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ା ହକିରେ ଭିଡିଓ ରେଫେରାଲ୍‌ ସିଷ୍ଟମ୍‌ (ଭିଆର୍‌ଏସ୍‌) ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe