ଏସିଆନ୍‌ ଗେମ୍‌ସରେ ଦେଶ ପାଇଁ ପଦକ ଜିଣିଥିବା ହରିଶ ଏବେ ଦୋକାନରେ ଚା’ ବିକୁଛନ୍ତି !

ଏସିଆନ୍‌ ଗେମ୍‌ସରେ ଦେଶ ପାଇଁ ପଦକ ଜିଣିଥିବା ହରିଶ ଏବେ ଦୋକାନରେ ଚା’ ବିକୁଛନ୍ତି !

ନୂଆଦିଲ୍ଲୀ: ୨୦୧୮ ଏସିଆନ୍‌ ଗେମ୍‌ସରେ ଭାରତୀୟ ଖେଳାଳି ନିଶ୍ଚିତ ଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏଥିରେ ସନ୍ଦେହ ନାହିଁ। ଭାରତୀୟ ଖେଳାଳିମାନେ ୧୫ଟି ସ୍ୱର୍ଣ୍ଣ ପଦକ ସମେତ ସମୁଦାୟ ୬୯ ପଦକ ହାତେଇଛନ୍ତି। ଏହି ସୁନାମଧନ୍ୟ ଖେଳାଳିଙ୍କ ମଧ୍ୟରେ ସେପକ୍‌ଟ୍ରାକ୍‌ରେ ବ୍ରୋଞ୍ଜ୍‌ ପଦକ ହାତେଇଥିବା ହରିଶ କୁମାର ବି ଥିଲେ। ହରିଶ ଜଣେ ଉତ୍ତମ ଖେଳାଳି ହୋଇ ମଧ୍ୟ ନିଜ ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ଦିଲ୍ଲୀରେ ଥିବା ତାଙ୍କ ଚା’ ଦୋକାନରେ ଚା’ ବିକି ଗୁଜୁରାଣ ମେଣ୍ଟାଉଥିବା କଥା ବେଶ୍‌ ଚର୍ଚ୍ଚା ପାଲଟିଛି।

ହରିଶ କହନ୍ତି, ‘ମୋ ପରିବାରରେ ଅନେକ ସଦସ୍ୟ। ରୋଜଗାରର ସେପରି କୌଣସି ବିଶେଷ ଉତ୍ସ ନାହିଁ। ମୋ ପରିବାରକୁ ସମର୍ଥନ କରିବା ପାଇଁ ମୁଁ ମୋ ବାପାଙ୍କ ଚା’ ଦୋକାନରେ ତାଙ୍କୁ ସାହାଯ୍ୟ କରେ। ଅପରାହ୍ନ ୨ଟାରୁ ୬ଟା ମଧ୍ୟରେ ମୁଁ ମୋ ଦୋକାନରେ କାମ କରେ। ମୋ ଭବିଷ୍ୟତ ପାଇଁ ଓ ମୋ ପରିବାରର ପେଟ ପୋଷିବା ପାଇଁ ମୁଁ ଏକ ଭଲ ଚାକିରିର ସନ୍ଧାନରେ ଅଛି।’

publive-image

ହରିଶ ୨୦୧୧ ମସିହାରେ ଭାରତୀୟ ଟିମ୍‌ ପାଇଁ ଖେଳିବା ଆରମ୍ଭ କରିଥିଲେ। ହରିଶଙ୍କ କୋଚ୍‌ ହେମରାଜ ତାଙ୍କୁ ସେପକ୍‌ଟ୍ରାକ୍‌ ଖେଳ ଖେଳିବା ପାଇଁ ପ୍ରଥମେ ସୁଯୋଗ ଦେଇଥିଲେ। ପ୍ରାରମ୍ଭରୁ ହେମ୍‌ରାଜ ହିଁ ତାଙ୍କୁ ନେଇ ସ୍ପୋର୍ସ ଅଥରିଟି ଅଫ୍‌ ଇଣ୍ଡିଆ(ଏସ୍‌ଏଆଇ)ରେ ତାଙ୍କର ପରିଚୟ କରାଇଥିଲେ। ଯାହାଫଳରେ ହରିଶ ମାସିକ କିଟ୍‌ ପାଇବାରେ ସମର୍ଥ ହେଉଥିଲେ। ଦୈନିକ ଖେଳ ଜାରି ରଖି ଶେଷରେ ସେ ନିଜ ଦେଶ ପାଇଁ ପଦକ ଆଣିବାରେ ସମର୍ଥ ହେଲେ।

ହରିଶଙ୍କ ଖେଳ ଅଭ୍ୟାସ୍‌ ଜାରି ସମୟରେ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ପାଇଁ ତାଙ୍କ ମାଆ ଓ ଭାଇ ସରକାରଙ୍କୁ ଧନ୍ୟବାଦ୍‌ ଜଣାଇବା ସହ ହରିଶଙ୍କ ପାଇଁ ଏକ ସରକାରୀ ଚାକିରିର ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe