ଏସୀୟ କ୍ରୀଡ଼ା: ନୌଚାଳନା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଆଣିଲେ ୩ ପଦକ

Advertisment
ଏସୀୟ କ୍ରୀଡ଼ା: ନୌଚାଳନା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଆଣିଲେ ୩ ପଦକ

ଜାକର୍ତ୍ତା: ଭାରତର ବର୍ଷା ଗୌତମ ଓ ଶ୍ୱେତା ଶୋରେଓ୍ଵଗାର ୧୮ତମ ଏସୀୟ କ୍ରୀଡ଼ାର ମହିଳା ୪୯ ଏଫ୍‌ ଏକ୍ସ ନୌଚାଳନା ପ୍ରତିଯୋଗିତାରେ ରୌପ୍ୟ ପଦକ ଆଣିିଛନ୍ତି। ଏସୀୟ କ୍ରୀଡ଼ାର ୧୩ତମ ଦିନ ଶୁକ୍ରବାର ଏହା ହେଉଛି ପ୍ରଥମ ପଦକ। ହର୍ଷିତା ତୋମର ଓପନ ଲେଜର ୪.୭ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ବରୁଣ ଠକ୍କର ଅଶୋକ ଓ ଚେଗପ୍ପା ଗଣପତି କେଲାପଣ୍ଡା ୪୯ ଇଆର ପୁରୁଷ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି।

୨୦ ବର୍ଷୀୟ ବର୍ଷା ଓ ୨୭ ବର୍ଷୀୟ ଶ୍ୱେତା ଯୁଗ୍ମ ଭାବରେ ନ୍ୟାସନାଲ ସେଲିଂଗ ସେଣ୍ଟରରେ ୧୫ ରେସ୍‌ ପରେ ୪୦ ସ୍କୋର କରିଛନ୍ତି। ୧୬ ବର୍ଷୀୟ ହର୍ଷିତା ୧୨ ରେସ ପରେ ମୋଟ ୧୬ ପଏଣ୍ଟ ହାସଲ କରିଥିଲେ। ତାଙ୍କୁ ତୃତୀୟ ସ୍ଥାନ ମିଳିଥିଲା। ଫଳରେ ସେ କାଂସ୍ୟ ପଦକ ହାସଲ କରିଛନ୍ତି।

ପଦକ ଜିତିବା ପରେ ହର୍ଷିତା କହିଛନ୍ତି, ଦେଶ ପାଇଁ ପଦକ ଜିତିବା ନିଶ୍ଚିତ ଭାବରେ ଗର୍ବର ବିଷୟ। ମୁଁ ଏତେ ଖୁସି ଅନୁଭବ କରୁଛି ଯେ, ବର୍ଣ୍ଣନା କରିବା ଅସମ୍ଭବ। ମୁଁ ଏଠାରୁ ଅନେକ କିଛି ଶିଖିଛି। ଗୋଭିଙ୍ଗ ବୈରାଗୀ ଓପନ ଲେଜର ୪.୭ ସହିତ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ସେହିଭଳି ନେତ୍ରା କୁମାନନ ଲେଜର ରେଡିୟଲ ସେଲିଂଗରେ ୫ମ ସ୍ଥାନ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe