ଏସୀୟ କ୍ରୀଡ଼ା: ମହିଳା ହକି ଫାଇନାଲରେ ଜାପାନ ୨-୧ରେ ବିଜୟୀ, ଭାରତକୁ ରୌପ୍ୟ ପଦକ

ଏସୀୟ କ୍ରୀଡ଼ା: ମହିଳା ହକି ଫାଇନାଲରେ ଜାପାନ ୨-୧ରେ ବିଜୟୀ, ଭାରତକୁ ରୌପ୍ୟ ପଦକ

ଜାକର୍ତ୍ତା: ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍‌ ପରାସ୍ତ ହୋଇଛି। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଶୁକ୍ରବାର ଖେଳାଯାଇଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତ ଜାପାନ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି। ଜାପାନ ୨-୧ରେ ମ୍ୟାଚ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ଖେଳାଳିମାନେ ସ୍ୱର୍ଣ୍ଣ ପଦକ ପାଇଁ ବହୁ ସଂଘର୍ଷ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।

ଜାପାନ ଠାରୁ ପରାସ୍ତ ହେବା ପରେ ଭାରତ ଏସୀୟ କ୍ରୀଡ଼ାରେ ୩୬ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିବା ଆଶା ମଉଳି ପଡ଼ିଛି। ଭାରତୀୟ ମହିଳା ଟିମ୍‌ ୧୯୮୨ରେ ଦିଲ୍ଲୀ ଠାରେ ଅନୁଷ୍ଠିତ ୯ମ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା।

ଜାପାନ ୧୧ ମିନିଟରେ ପେନାଲ୍ଟି କର୍ଣ୍ଣର ବଳରେ ପ୍ରଥମ ଗୋଲ ଦେଇ ଭାରତ ବିପକ୍ଷରେ ୧-୦ରେ ଅଗ୍ରଣି ଥିଲା। ଭାରତୀୟ ଖେଳାଳି ନେହା ଗୋୟଲ ୨୫ ମିନିଟରେ ଜାପାନ ବିରୋଧରେ ଗୋଲ ଦେଇ ୧-୧ କରିଥିଲେ। ଜାପାନ ୪୪ ମିନିଟରେ ଭାରତ ବିପକ୍ଷରେ ଦ୍ୱିତୀୟ ଗୋଲ ଦେଇଥିଲା। ଭାରତ ସମାନ ସ୍ତରକୁ ଆସିବା ପାଇଁ ବହୁ ଉଦ୍ୟମ କରି ମଧ୍ୟ ଶେଷ ପର୍ଯ୍ୟନ୍ତ ବିଫଳ ରହିଥିଲା। ଫଳରେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe