ଏସୀୟ ପଦକ ବିଜୟିନୀ ପୂଭାମ୍ମା ୩ ମାସ ବାସନ୍ଦ

ଏସୀୟ ପଦକ ବିଜୟିନୀ ପୂଭାମ୍ମା ୩ ମାସ ବାସନ୍ଦ

Scroll.in

ନୂଆଦିଲ୍ଲୀ: ଗତବର୍ଷ ଏକ ଡୋପ୍‌ ପରୀକ୍ଷାରେ ବିଫଳ ହୋଇଥିବା ଭାରତୀୟ ବରିଷ୍ଠ କ୍ବାର୍ଟର ମାଇଲର ତଥା ଏସୀୟ କ୍ରୀଡ଼ା ପଦକ ବିଜୟିନୀ ଏମ୍‌ଆର୍‌ ପୁଭାମ୍ମା ୩ ମାସ ପାଇଁ ବାସନ୍ଦ ହୋଇଛନ୍ତି। ଜାତୀୟ ଡୋପିଂ ନିରୋଧୀ ସଂସ୍ଥା (ନାଡା) ପୂଭାମ୍ମାଙ୍କ ଉପରେ ଏହି ବାସନ୍ଦାଦେଶ ଲାଗୁ କରିଛି। ଗତବର୍ଷ ଫେବ୍ରୁ୍ଆରିରେ ପତିଆଲାରେ ଆୟୋଜିତ ଇଣ୍ଡିଆନ୍‌ ଗ୍ରାଁ ପ୍ରି ଅବସରରେ ୩୨ ବର୍ଷୀୟା ପୂଭାମ୍ମାଙ୍କ ନମୂନା ସଂଗ୍ରହ କରାଯାଇଥିଲା। ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏଥିପାଇଁ ଏବେ ପୂଭାମ୍ମାଙ୍କୁ ବାସନ୍ଦ କରାଯାଇଛି ବୋଲି ଭାରତୀୟ ଦୌଡ଼କୁଦ ସଂଘ ସଭାପତି ଆଦିଲେ ସୁମରିୱାଲା ସ୍ପଷ୍ଟ କରିଛନ୍ତି।

ଏହି ବାସନ୍ଦାଦେଶ ପୂଭାମ୍ମାଙ୍କ ପାଇଁ ବିଶ୍ବ ଚାମ୍ପିଅନ୍‌ସିପ୍‌ (ଜୁଲାଇ ୧୪-୨୪)ରେ ଭାଗନେବାରେ ପ୍ରତିବନ୍ଧକ ସୃଷ୍ଟି କରିବ। ପୂଭାମ୍ମା ଭାରତ ପାଇଁ ଏକାଧିକ ପଦକ ଜିତିଛନ୍ତି। ୨୦୧୮ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ୪ ଗୁଣା ୪୦୦ ମିଟର ମହିଳା ଏବଂ ମିଶ୍ରିତ ରିଲେ ଦଳର ସଦସ୍ୟା ଥିଲା ବେଳେ ୨୦୧୪ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଥିବା ୪ ଗୁଣା ୪୦୦ ମିଟର ରିଲେ ଦଳର ମଧ୍ୟ ଅଂଶବିଶେଷ ଥିଲେ। ସେ ମଧ୍ୟ ୨୦୧୨ ଏସୀୟ କ୍ରୀଡ଼ାରେ ବ୍ୟକ୍ତିଗତ ୪୦୦ ମିଟରରେ କାଂସ୍ୟ ପଦକ ଜିତିଥିଲା ବେଳେ ୨୦୧୫ରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଥିଲେ। ଗତବର୍ଷ ମାର୍ଚ୍ଚରେ ତିରୁଅନନ୍ତପୁରମ୍‌ଠାରେ ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ ଋତୁ ଶ୍ରେଷ୍ଠ ସମୟ (୫୨.୪୪ ସେକେଣ୍ଡ) ସହ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିଲା ବେଳେ ଏପ୍ରିଲରେ ଫେଡେରେସନ୍‌ କପ୍‌ରେ ୫୨.୭୦ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe