Advertisment

ଦୀନେଶଙ୍କୁ ଏସୀୟ କ୍ରୀଡ଼ା ଟିକଟ୍: ଏସିଆଡ୍‌ରେ ପ୍ରଥମ ଓଡ଼ିଆ ସାଇକଲ୍‌ଚାଳକ ହେବାର ଗୌରବ

Advertisment
ଦୀନେଶଙ୍କୁ ଏସୀୟ କ୍ରୀଡ଼ା ଟିକଟ୍: ଏସିଆଡ୍‌ରେ ପ୍ରଥମ ଓଡ଼ିଆ ସାଇକଲ୍‌ଚାଳକ ହେବାର ଗୌରବ

ରାଉରକେଲା: ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଥିବା ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତ ଓ ଓଡ଼ିଶାର ପ୍ରତିନିଧିତ୍ବ ବୃଦ୍ଧି ପାଇଛି। ପୂର୍ବରୁ ହାଙ୍ଗଝୋଉ ପାଇଁ ଭାରତ ୬୩୪ ଜଣିଆ ବିଶାଳ ଦଳ ପଠାଇବାକୁ ଥିଲା ବେଳେ ଏବେ ଏହା ବୃଦ୍ଧି ପାଇଛି। ବିଭିନ୍ନ ଶୃଂଖଳରେ ଆହୁରି ୨୧ ଜଣ ଖେଳାଳି ସାମିଲ ହୋଇଛନ୍ତି ଓ ଭାରତୀୟ ଦଳର କଳେବର ୬୫୫କୁ ବୃଦ୍ଧି ପାଇଛି। ସେହିପରି ପୂର୍ବରୁ ଏହି ଦଳରେ ଓଡ଼ିଶାର ୧୩ ଜଣ ପ୍ରତିନିଧିତ୍ବ କରିବାକୁ ଥିବା ବେଳେ ଏବେ ସେହି ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଓଡ଼ିଶାର ସାଇକଲ୍‌ଚାଳକ ଦୀନେଶ କୁମାର ଏସୀୟ ଟିକଟ୍ ପାଇବାରେ ପ୍ରଥମ ଓଡ଼ିଆ ହେବାର ଗୌରବ ଅର୍ଜନ କରିଛନ୍ତି।

ପୂର୍ବରୁ ସେ ମଧ୍ୟ ପ୍ରଥମ ଓଡ଼ିଆ ସାଇକଲ୍‌ଚାଳକ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ହାଙ୍ଗଝୌରେ ଦୀନେଶ ଦଳଗତ ଶୃଂଖଳ ପରସୁଇଟ୍‌ରେ ଭାଗନେବେ। ଏଥି ପାଇଁ ସେ ଗୁରୁବାର ଚୀନ ଅଭିମୁଖେ ଯାତ୍ରା କରିଛନ୍ତି। ରାଉରକେଲା ବାସନ୍ତୀ କଲୋନି ନିବାସୀ ଦୀନେଶ ୨୦୧୪ରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌ରେ ଥିବା ଆର୍‌ଏସ୍‌ପିର ସାଇକ୍ଲିଂ ଟ୍ରାକ୍‌ରେ ଗୁରୁ ସୁଶୀଲ କୁମାର ଦାସଙ୍କ ତତ୍ତ୍ବାବଧାନରେ ପେଡାଲ୍ ମାଡ଼ିବା ଆରମ୍ଭ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା, ପ୍ୟାରୀ ଖାଖାଙ୍କ ପରେ ଚତୁର୍ଥ ଖେଳାଳି ଭାବେ ଦୀନେଶ ଏସୀୟ କ୍ରୀଡ଼ାରେ ସୁଯୋଗ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe