ଏସୀୟ ଟେବୁଲ୍‌ ଟେନିସ୍‌: ଭାରତୀୟ ପୁରୁଷ ଷଷ୍ଠ, ମହିଳା ଅଷ୍ଟମ

ଏସୀୟ ଟେବୁଲ୍‌ ଟେନିସ୍‌ (ଟିଟି) ଦଳଗତ ପ୍ରତିଯୋଗିତାର ଗତ ସଂସ୍କରଣର କାଂସ୍ୟ ବିଜେତା ଭାରତୀୟ ପୁରୁଷ ଓ ମହିଳା ଦଳ ଯଥାକ୍ରମେ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ପଞ୍ଚମ ସ୍ଥାନ ମୁକାବିଲାରେ ଭାରତୀୟ ପୁରୁଷ ୦-୩ରେ ଦକ୍ଷିଣ କୋରିଆଠୁ ହାରିଯାଇଥିଲା।

dagdggczvcvcvcv

ଭୁବନେଶ୍ବର: ଏସୀୟ ଟେବୁଲ୍‌ ଟେନିସ୍‌ (ଟିଟି) ଦଳଗତ ପ୍ରତିଯୋଗିତାର ଗତ ସଂସ୍କରଣର କାଂସ୍ୟ ବିଜେତା ଭାରତୀୟ ପୁରୁଷ ଓ ମହିଳା ଦଳ ଯଥାକ୍ରମେ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ପଞ୍ଚମ ସ୍ଥାନ ମୁକାବିଲାରେ ଭାରତୀୟ ପୁରୁଷ ୦-୩ରେ ଦକ୍ଷିଣ କୋରିଆଠୁ ହାରିଯାଇଥିଲା। ଏହା ପୂର୍ବରୁ ପଞ୍ଚମରୁ ଅଷ୍ଟମ ସ୍ଥାନ ମୁକାବିଲାରେ ଏହି ଦଳ ୩-୨ରେ ଉତ୍ତର କୋରିଆକୁ ହରାଇଥିଲା। ମହିଳା ଦଳ ସପ୍ତମ ସ୍ଥାନ ମୁକାବିଲାରେ ୨-୩ରେ ହଂକଠୁ ପରାସ୍ତ ହୋଇଛି।

ଏହା ପୂର୍ବରୁ ପଞ୍ଚମରୁ ଅଷ୍ଟମ ସ୍ଥାନ ମୁକାବିଲାରେ ୧-୩ରେ ଉତ୍ତର କୋରିଆଠୁ ହାରିଥିଲା। ମହିଳା ଫାଇନାଲ୍‌ରେ ଚୀନ୍‌ ଓ ଜାପାନ ପହଞ୍ଚିଛନ୍ତି। ସେମିଫାଇନାଲ୍‌ରେ ଚୀନ୍‌ ୩-୦ରେ ଉତ୍ତର କୋରିଆକୁ ଏବଂ ଜାପାନ ୩-୦ରେ ସିଙ୍ଗାପୁରକୁ ପରାସ୍ତ କରିଛି। ପୁରୁଷ ଫାଇନାଲ୍‌ରେ ହଂକଂ ଓ ଚୀନ ମୁହାଁମୁହିଁ ହେବେ। ହଂକଂ ୩-୨ରେ ଚାଇନିଜ୍‌ ତାଇପେକୁ ଏବଂ ଚୀନ୍‌ ୩-୨ରେ ଜାପାନକୁ ମାତ୍‌ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe