ଏସୀୟ ଦଳଗତ ଚେସ୍‌, ଭାରତୀୟ ପୁରୁଷ ଓ ମହିଳା ଫାଇନାଲରେ

Advertisment
ଜାତୀୟ ମହିଳା ଚେସ୍‌ ଉଦ୍‌ଯାପିତ: ପଦ୍ମିନୀ ସପ୍ତମ

Image Courtesy of Hindustan Times

ଚେନ୍ନାଇ: ଚଳିତ ଏସିଆନ୍ ନେସନ୍ସ (ରେଜିଅନ) ଅନ୍ ଲାଇନ୍ କପ୍‌ ଚେସ୍‌ ପ୍ରତିଯୋଗିତାରେ ଶୀର୍ଷମାନ୍ୟତା ପ୍ରାପ୍ତ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ବି ଅଧିବନ ଏବଂ ଆର୍ ବୈଶାଳୀଙ୍କ ପ୍ରଦର୍ଶନ ବଳରେ ଶନିବାର ଭାରତ ଯଥାକ୍ରମେ କାଜାକସ୍ତାନ ଓ ମଙ୍ଗୋଲିଆକୁ ପରାସ୍ତ କରିଥିଲା। ପୁରୁଷ ଦଳ କାଜାକସ୍ତାନକୁ ୨.୫-୧.୫ ଓ ୩-୧ରେ ପରାସ୍ତ କରିଥିଲା। ମହିଳା ଦଳ ୩.୫-୦.୫ ଓ ୪-୦ରେ ମଙ୍ଗୋଲିଆକୁ ହରାଇ ଦେଇଥିଲା। ପୁରୁଷଙ୍କ ପ୍ରଥମ ମୁକାବିଲାରେ କେବଳ ଅଧିବନ ବିଜୟୀ ହୋଇଥିଲେ। ନିହାଲ ସରିନ୍, ଏସପି ସେଥୁରମଣ, କେ ଶଶୀକିରଣ ଗେମ୍ ଡ୍ର ରଖିଥିଲେ। ଦ୍ବିତୀୟ ମୁକାବିଲାରେ କିନ୍ତୁ ଅଧିବନ, ସରିନ ଓ ସେଥୁରମଣ ବିଜୟୀ ହୋଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ। ମହିଳା ସେମିଫାଇନାଲରେ ଭାରତୀୟ ଖେଳାଳି ପ୍ରାଧାନ୍ୟ ବିସ୍ତାର କରିଥିଲେ। ଉଭୟ ମୁକାବିଲାରେ ଆର୍‌ ବୈଶାଳୀ, ପଦ୍ମିନୀ ରାଉତ, ବିଭି ନନ୍ଧିଦ୍ଧା ବିଜୟୀ ‌ହୋଇଥିବାବେଳେ ଭକ୍ତି କୁଲକର୍ଣ୍ଣି କେବଳ ଦ୍ବିତୀୟ ମ୍ୟାଚ୍‌ଟି ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe