ଏସିଆନ୍ ଟ୍ରାକ୍ ସାଇକ୍ଲିଂ: ସ୍ବସ୍ତି ଓ ଦୀନେଶଙ୍କୁ ସମ୍ବର୍ଦ୍ଧନା

Advertisment
ଏସିଆନ୍ ଟ୍ରାକ୍ ସାଇକ୍ଲିଂ: ସ୍ବସ୍ତି ଓ ଦୀନେଶଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏସିଆନ୍ ଟ୍ରାକ୍ ସାଇକ୍ଲିଂରେ କାଂସ୍ୟ ପଦକ ଜିତିଥିବା ଓଡ଼ିଶାର ସ୍ବସ୍ତି ସିଂହ ଓ ଦୀନେଶ କୁମାରଙ୍କୁ ସୋମବାର ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇ ଲକ୍ଷ ଟଙ୍କା ଲେଖାଏଁର ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଉଭୟଙ୍କୁ ଶ୍ରୀ ବେହେରା ଅଭିନନ୍ଦନ ଜଣାଇବା ସହ ଆଗାମୀ ସମୟରେ ସେମାନେ ଓଡ଼ିଶା ପାଇଁ ଆହୁରି ଗର୍ବ ଓ ଗୌରବ ଆଣିବେ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ। ଦୁଇ ଜଣଯାକ ଖେଳାଳି ମଧ୍ୟ କ୍ରୀଡ଼ା ଓ କ୍ରୀଡ଼ାକ୍ଷେତ୍ରର ଉନ୍ନତି ଲାଗି ଓଡ଼ିଶା ସରକାର କରି ଆସୁଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ସାଇକ୍ଲିଷ୍ଟ ମିନତୀ ମହାପାତ୍ର, କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ କୈଳାଶ ଚନ୍ଦ୍ର ଦାସ, ରଞ୍ଜିତ ପରିଡ଼ା ଏବଂ ଓଏସ୍‌ଡି ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe