ଏସୀୟ ମୁଷ୍ଟିଯୁଦ୍ଧ ଦଳରେ ମେରିକମ୍‌, ସରିତା

Advertisment
ଏସୀୟ ମୁଷ୍ଟିଯୁଦ୍ଧ ଦଳରେ ମେରିକମ୍‌, ସରିତା

ନୂଆଦିଲ୍ଲୀ: ପୁରୁଖା ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ (୪୮ କିଲୋଗ୍ରାମ) ଏବଂ ଏଲ୍‌ ସରିତା ଦେବୀ (୬୪ କିଲୋଗ୍ରାମ୍‌) ଏସୀୟ ମହିଳା ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ଭିଏତ୍‌ନାମର ହୋ ଚି ମିନ୍‌ ସହରରେ ଚଳିତ ବର୍ଷ ନଭେମ୍ବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏମାନଙ୍କ ସହ ଭାରତୀୟ ଦଳରେ ୫୧ କିଲୋଗ୍ରାମ୍‌ରେ ନୀରାଜ, ୫୪ କିଲୋଗ୍ରାମ୍‌ରେ ଶିଖା, ୫୭ କିଲୋଗ୍ରାମ୍‌ରେ ସୋନିଆ ଲାଥର, ୬୦ କିଲୋଗ୍ରାମ୍‌ରେ ପବିତ୍ରା, ୬୯ କିଲୋଗ୍ରାମ୍‌ରେ ଲୋଭଲିନା, ୭୫ କିଲୋଗ୍ରାମ୍‌ରେ ପୂଜା ରାଣୀ, ୮୧ କିଲୋଗ୍ରାମ୍‌ରେ ସାଓ୍ଵିଟ୍‌ ବୋରା ଏବଂ ୮୧ କିଲୋଗ୍ରାମ୍‌ରୁ ଅଧିକରେ ସୀମା ପୁନିଆ ଭାଗ ନେବେ। ଭାରତ ଏସୀୟ ପ୍ରତିଯୋଗିତାରେ ୧୯ ସ୍ୱର୍ଣ୍ଣ, ୨୧ ରୌପ୍ୟ ଏବଂ ୨୦ କାଂସ୍ୟ ସହ ମୋଟ ୬୦ ପଦକ ହାସଲ କରିଛି। ମୋଟ ଉପରେ ଭାରତ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe