ଏସିୟ ଯୁବ ବକ୍ସିଂ: ଭାରତୀୟ ମହିଳାଙ୍କୁ ୫ଟି ସ୍ୱର୍ଣ୍ଣ ପଦକ, ପୁରୁଷଙ୍କୁ ମିଳିଲା ୨ଟି ରୌପ୍ୟ ପଦକ

ଏସିୟ ଯୁବ ବକ୍ସିଂ: ଭାରତୀୟ ମହିଳାଙ୍କୁ ୫ଟି ସ୍ୱର୍ଣ୍ଣ ପଦକ, ପୁରୁଷଙ୍କୁ ମିଳିଲା ୨ଟି ରୌପ୍ୟ ପଦକ

ଉଲାନବଟୋର (ମଙ୍ଗୋଲିଆ): ଫାଇନାଲ୍‌ରେ ସ୍ଥାନ ପାଇଥିବା ଭାରତର ୫ ଜଣ ମହିଳା ବକ୍ସର ରବିବାର ଉଲାନବୋଟରରେ ଏସୀୟ ଯୁବ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷମାନେ ମଧ୍ୟ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି। ନାଓରେମ ଚାନୁ (୫୧ କିଗ୍ରା), ଭିଙ୍କା (୬୪ କିଗ୍ରା), ସନାମାଚା ଚାନୁ (୭୫ କିଗ୍ରା), ପୂନମ (୫୪କିଗ୍ରା) ଓ ସୁଷମା (୮୧ କିଗ୍ରା) ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ବର୍ଗରେ ସେଲାୟ ସାୟ (୪୯ କିଗ୍ରା) ଓ ଅଙ୍କିତ ନରଓ୍ଵାଲ (୬୦ କିଗ୍ରା) ଫାଇନାଲରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି।

ଭାରତ ଏହି ପ୍ରତିଯୋଗିତାରେ ମୋଟ ୧୨ଟି ପଦକ ଜିତିଛି। ଅରୁନ୍ଧତୀ ଚୌଧୁରୀ (୬୯ କିଗ୍ରା), କୋମଲପ୍ରୀତ କୌର (୮୧ କିଗ୍ରାରୁ ଅଧିକ), ଜୌସମୀତ (୫୭ କିଗ୍ରା), ସତେନ୍ଦର ସିଂହ (୯୧ କିଗ୍ରା) ଓ ଅମନ (୯୧ କିଗ୍ରାରୁ ଅଧିକ) କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତ ପାଇଁ ଦିନ ଆରମ୍ଭରୁ ସେଲାୟ ଫାଇନାଲରେ ଖାଜକସ୍ତାନର ବାଜରବେ ଉଲୁ ମୁଖାମେଦସେଫିଙ୍କ ଠାରୁ ହାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe