ସଲିମା ଟେଟେଙ୍କୁ ଏସିଆର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର

Advertisment
ସଲିମା ଟେଟେଙ୍କୁ ଏସିଆର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର

ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଦଳର ମିଡ୍‌ଫିଲ୍ଡର ସଲିମା ଟେଟେଙ୍କୁ ଏସୀୟ ହକି ମହାସଂଘ (ଏଏଚ୍‌ଏଫ୍‌) ପକ୍ଷରୁ ୨୦୨୨ ମସିହା ପାଇଁ ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। କୋରିଆରେ ଆୟୋଜିତ ମହାସଂଘର ବାର୍ଷିକ ସାଧାରଣ ବୈଠକ ଅବସରରେ ସଲିମାଙ୍କୁ ଏହି ପୁରସ୍କାର ଦିଆଯାଇଛି। ପୁରସ୍କାର ପାଇବା ପରେ ଏଏଚ୍‌ଏଫ୍‌, ହକି ଇଣ୍ଡିଆ ଓ ସାଥୀ ଖେଳାଳିମାନଙ୍କୁ ଏଥିପାଇଁ ସେ କୃତଜ୍ଞତା ଜଣାଇଛନ୍ତି। ପୂର୍ବରୁ ଗତବର୍ଷ ମହିଳା ଏସିଆ କପ୍‌ ଅବସରରେ ସଲିମାଙ୍କୁ ରାଇଜିଂ ପ୍ଲେୟାର ପୁରସ୍କାର ଦିଆଯାଇଥିଲା। ୨୦୧୬ରେ ଭାରତୀୟ ଦଳରେ ସଲିମା ପ୍ରଥମ ଥର ସ୍ଥାନ ପାଇଥିଲା ବେଳେ ଅବିଛେଦ୍ୟ ଅଙ୍ଗ ରହିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ସେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଏଥିପୂର୍ବରୁ ଆର୍ଜେଣ୍ଟିନା‌ରେ ୨୦୧୮ରେ ଖେଳାଯାଇଥିବା ତୃତୀୟ ୟୁଥ୍‌ ଅଲିମ୍ପିକ୍‌ରେ ଭାରତୀୟ କନିଷ୍ଠ ଦଳକୁ ରୌପ୍ୟ ପଦକ ଜିତାଇବାରେ ସଲିମା ବଡ଼ ଭୂମିକା ନେଇଥିଲେ। ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ପରେ ୨୦୨୧ ଏଫ୍‌ଆଇଏଚ୍‌ ମହିଳା ହକି କନିଷ୍ଠ ବିଶ୍ବକପ୍‌ରେ ସେ ଖେଳିଥିଲା ବେଳେ ଭାରତ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ୨୦୨୧-୨୨ ହକି ପ୍ରୋ-ଲିଗ୍‌ରେ ଭାରତକୁ ତୃତୀୟ ସ୍ଥାନରେ ପହଞ୍ଚାଇବାରେ ତାଙ୍କର ବଡ଼ ଅବଦାନ ଥିଲା। ସେହିପରି ଗତବର୍ଷ ବର୍ମିଂହାମ୍‌ରେ ଶେଷ ହୋଇଥିବା ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଏବଂ ନେସନ୍ସ କପ୍‌ରେ ସ୍ବର୍ଣ୍ଣ ପଦକ ପାଇଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe