କଟକ: ରାଜ୍ୟର ଏକ ନମ୍ବର ଏକକ ଟେବୁଲ ଟେନିସ୍ ଖେଳାଳି ଅସିଫ୍ ହକ୍ ସର୍ବଭାରତୀୟ ରିଜର୍ଭ ବ୍ୟାଙ୍କ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ବିହାରର ପାଟନାଠାରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲରେ ଅସିଫ୍ ୪-୨ ଗେମ୍ରେ ହାଇଦ୍ରାବାଦର କେ ବିଘ୍ନେୟ ରେଡ୍ଡୀଙ୍କୁ ହରାଇ ଏହି ସଫଳତା ପାଇଥିଲେ। ଏଥିପୂର୍ବରୁ କ୍ୱାର୍ଟର ଫାଇନାଲ୍ରେ ଅସିଫ୍ ତିରୁବନ୍ତପୁରମ୍ର ଭରତ କୃଷ୍ଣଙ୍କୁ ୪-୦ରେ ଓ ସେମିଫାଇନାଲରେ ଆସାମର ମୁକୁଲ ବେରୋଙ୍କୁ ୪-୦ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। କଟକ ବାସିନ୍ଦା ଅସିଫ୍ ଏବେ ଆର୍ବିଆଇର ଭୁବନେଶ୍ୱର ଶାଖାରେ କାର୍ଯ୍ୟରତ। ଅସିଫ୍ଙ୍କ ଏହି ସଫଳତା ପାଇଁ ରାଜ୍ୟ ଟେବୁଲ ଟେନିସ୍ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡ଼ା ତାଙ୍କୁ ଅଭିନନ୍ଦନ ଜଣାଯାଇଛି।
ଅସିଫ୍ ହକ୍ ବିଜେତା
Advertisment
Follow Us