ବୟସ ଜାଲିଆତି ମାମଲାରେ ଲକ୍ଷ୍ୟଙ୍କୁ ଆଶ୍ବସ୍ତି

Advertisment

ବୟସ ଜାଲିଆତି ମାମଲାରେ କର୍ଣ୍ଣାଟକ ପୁଲିସ ବ୍ୟାଡ୍‌ମିଣ୍ଟନ୍ ତାରକା ଲକ୍ଷ୍ୟ ସେନ୍, ତାଙ୍କ ପରିବାର ଓ ପ୍ରଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରହିତାଦେଶ ଜାରି କରିଛନ୍ତି।

ବୟସ ଜାଲିଆତି ମାମଲାରେ କର୍ଣ୍ଣାଟକ ପୁଲିସ ବ୍ୟାଡ୍‌ମିଣ୍ଟନ୍ ତାରକା ଲକ୍ଷ୍ୟ ସେନ୍, ତାଙ୍କ ପରିବାର ଓ ପ୍ରଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରହିତାଦେଶ ଜାରି କରିଛନ୍ତି।

କାଂସ୍ୟ ପାଇଁ ଲଢ଼ିବେ ଲକ୍ଷ୍ୟ: ସେମିରେ ଆକ୍ସେଲସେନଙ୍କଠୁ ହାରିଲେ

ବେଙ୍ଗାଲୁରୁ: ବୟସ ଜାଲିଆତି ମାମଲାରେ କର୍ଣ୍ଣାଟକ ପୁଲିସ ବ୍ୟାଡ୍‌ମିଣ୍ଟନ୍ ତାରକା ଲକ୍ଷ୍ୟ ସେନ୍, ତାଙ୍କ ପରିବାର ଓ ପ୍ରଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଓ କେ ବିନୋଦ ଚନ୍ଦ୍ରନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କର୍ଣ୍ଣାଟକ ସରକାର ଏବଂ ଅଭିଯୋଗକାରୀ ଏମ୍‌ଜି ନାଗରାଜଙ୍କୁ ନୋଟିସ୍ ଜାରି କରିଛନ୍ତି।

ନାଗରାଜ ଅଭିଯୋଗ କରିଥିଲେ ଯେ ବିଭିନ୍ନ ବୟସବର୍ଗ ପ୍ରତିଯୋଗିତା ଖେଳିବା ଲାଗି ଲକ୍ଷ୍ୟ, ତାଙ୍କ ଭାଇ ଚିରାଗ, ମାତା-ପିତା ଓ ପ୍ରଶିକ୍ଷକଙ୍କ ସହ ଯୋଜନାବଦ୍ଧ ଭାବେ ନିଜନିଜ ବୟସକୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କମାଇ ଦେଇଥିଲେ। ଜାଲ ଜନ୍ମଗତ ପ୍ରମାଣପତ୍ର ପ୍ରସ୍ତୁତ କରି ଏଭଳି କାରନାମା କରିଥିଲେ। ଲକ୍ଷ୍ୟ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ନାଗରାଜଙ୍କ ଅଭିଯୋଗ ଆଧାରରେ କର୍ଣ୍ଣାଟକ ପୁଲିସ ଲକ୍ଷ୍ୟ ଏବଂ ଅନ୍ୟମାନଙ୍କ ବିରୋଧରେ ଫୌଜଦାରି ମାମଲା ଦାୟର କରିଥିଲା। କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମଧ୍ୟ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଲକ୍ଷ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe