ଜ୍ୟୋତିର୍ବିଦ୍‌ଙ୍କ ଆକଳନ : କୋହଲି-ଅନୁଷ୍କାଙ୍କ ଝିଅ ହେବ!

Advertisment
ଜ୍ୟୋତିର୍ବିଦ୍‌ଙ୍କ ଆକଳନ : କୋହଲି-ଅନୁଷ୍କାଙ୍କ ଝିଅ ହେବ!

Pinkvilla

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଚଳିତ ମାସରେ ପ୍ରଥମ ସନ୍ତାନକୁ ସ୍ବାଗତ ଜଣାଇବା ପାଇଁ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି। ଜାନୁଆରିରେ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମ ନେବ ବୋଲି ଉଭୟ କୋହଲି ଓ ଅନୁଷ୍କା ଗତବର୍ଷ ଅଗଷ୍ଟ ୨୭ ତାରିଖରୁ ମଧ୍ୟ ସୂଚନା ଦେଇସାରିଛନ୍ତି। ଖାସ୍‌ ସେଇଥି ପା‌ଇଁ କୋହଲି ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ୍‌ ଖେଳି ପିତୃତ୍ବ ଅବକାଶ ନେଇ ସ୍ବଦେଶ ଫେରିଆସିଛନ୍ତି। ତେବେ ଏହି ଚର୍ଚ୍ଚିତ ଦମ୍ପତ୍ତିଙ୍କର ପ୍ରଥମ ସନ୍ତାନ କନ୍ୟା ହେବ ବୋଲି ଜଣାଶୁଣା ଜ୍ୟୋତିର୍ବିଦ୍‌ ଓ ଭବିଷ୍ୟବକ୍ତା ପଣ୍ଡିତ ଜଗନ୍ନାଥ ଗୁରୁଜୀ ଆକଳନ କରିଛନ୍ତି।

ତାଙ୍କ କହିବା କଥା ହେଲା କୋହଲି ଓ ଅନୁଷ୍କା ଚଳଚ୍ଚିତ୍ର ଶିଳ୍ପରେ ଅନ୍ୟତମ ଚର୍ଚ୍ଚିତ ଦମ୍ପତ୍ତି। ତେଣୁ ଲୋକମାନେ ତାଙ୍କ ପରିବାରକୁ ଆସିବାକୁ ଥିବା ନୂଆ ସଦସ୍ୟଙ୍କ ସଂପର୍କରେ ଜାଣିବାକୁ ବ୍ୟାକୁଳ ହୋଇ ରହିଛନ୍ତି। ତେଣୁ ଜ୍ୟୋତିଷଶାସ୍ତ୍ର ଗଣନା ଅନୁଯାୟୀ ସେମାନଙ୍କର କନ୍ୟା ସନ୍ତାନ ଜନ୍ମ ନେବ ବୋଲି ପଣ୍ଡିତ ଜଗନ୍ନାଥ ଗୁରୁଜୀ କହିଛନ୍ତି। ଏହି ସନ୍ତାନ ମଧ୍ୟ ଖୁବ୍‌ ପ୍ରତିଭାଶାଳୀ ହେବ ବୋଲି ସେ ଆକଳନ ଲଗାଇଛନ୍ତି। ଅନ୍ୟପକ୍ଷରେ କେହି କେହି ମଜାରେ କହୁଛନ୍ତି, ପୁଅ ହେଲେ ସେ କ୍ରିକେଟର୍‌ ଏବଂ ଝିଅ ହେଲେ ଅଭିନେତ୍ରୀ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe