ଆଶୁତୋଷ ରଚିଲେ ଇତିହାସ

ବିଶ୍ୱବିଜେତା ପଙ୍କଜ ଆଡ଼ଭାନିଙ୍କୁ ହରାଇଲେ

ଆଶୁତୋଷ ରଚିଲେ ଇତିହାସ

ଭୁବନେଶ୍ୱର: ଓଡ଼ିଶା କ୍ୟୁ ସ୍ପୋର୍ଟସ ଜଗତକୁ ବୁଧବାର ତା’ ଅଳ୍ପ ଦିନିଆ ଇତିହାସର ସବୁଠାରୁ ବଡ଼ ସଫଳତା ମିଳିଛି। ରାଜ୍ୟର ସଫଳ କ୍ୟୁ ସ୍ପୋର୍ଟସ ତାରକା ଆଶୁତୋଷ ପାଢ଼ୀ ଜାତୀୟ ପ୍ରତିଯୋଗିତାରେ ବୃହତ୍‌ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ସ୍ନକର ପ୍ରତିଯୋଗିତାରେ ସେ ଭାରତର ସଫଳତମ କ୍ୟୁ ସ୍ପୋର୍ଟସ ତାରକା ତଥା ୧୭ ଥର ବିଶ୍ୱ ବିଜେତା ପଙ୍କଜ ଆଡ଼ଭାନିଙ୍କୁ ହରାଇ ଚହଳ ସୃଷ୍ଟି କରିଛନ୍ତି। ଆଶୁତୋଷଙ୍କ ଏହି ବିଜୟ ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୂଅ ଛୁଟିଛି। ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ିଙ୍କ ସୁପୁତ୍ର ଆଶୁତୋଷ ବିଗତ କିଛି ବର୍ଷ ହେବ ଜାତୀୟ କନିଷ୍ଟ ସ୍ନକର ପ୍ରତିଯୋଗିତାରେ ବିଜେତା ହୋଇ ଆସୁଛନ୍ତି। ୨୦୧୪ରେ ଗୀତ୍‌ ସେଠୀ, ପଙ୍କଜ ଆଡ଼ଭାନି ଏବଂ ଦବଜ ହାରିଆଙ୍କ ପରେ ଚତୁର୍ଥ ଖେଳାଳି ଭାବେ ଜାତୀୟ ପ୍ରତିଯୋଗିତାରେ ହ୍ୟାଟ୍ରିକ୍‌ ଟ୍ରଫି ଜିତିଥିଲେ। ୧୯୯୬ ମସିହା ନଭେମ୍ବର ୫ରେ ଜନ୍ମଗ୍ରହଣ କରିଥିବା ଆଶୁତୋଷ ପଙ୍କଜଙ୍କୁ ନିଜ ଆଦର୍ଶ କରି କ୍ୟୁ ସ୍ପୋର୍ଟସରେ ସଫଳତାର ନୂଆ ନୂଆ ଅଧ୍ୟାୟ ସୃଷ୍ଟି କରି ଚାଲିଛନ୍ତି। ସେହି ପଙ୍କଜଙ୍କୁ ହରାଇବା ତାଙ୍କ ପାଇଁ ନିଜ ପେସାଦାର ଖେଳ ଜୀବନର ଅନନ୍ୟ ଏବଂ ସ୍ମରଣୀୟ ସଫଳତା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe