ପ୍ୟାରିସ୍‌ ଅଲିମ୍ପିକ୍ସରେ ୪୮% ‌କ୍ରୀଡ଼ାବିତ୍‌ଙ୍କୁ ଶୋଷଣ

Advertisment

ପ୍ୟାରିସ୍‌ ଅଲିମ୍ପିକ୍ସରେ ଟ୍ରାକ୍‌ ଓ ଫିଲ୍ଡ କ୍ରୀଡ଼ାବିତ୍‌ମାନେ ଜାତିଆଣ ଭେଦଭାବ କିମ୍ବା ଯୌନ ଶୋଷଣର ଶିକାର ହୋଇଛନ୍ତି। ବିଶ୍ବ ଦୌଡ଼କୁଦ ମହାସଂଘ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ୧୯୦୦ରୁ ଅଧିକ ଆକାଉଣ୍ଟର ଅନୁଶୀଳନ କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଟ୍ରାକ୍‌ ଓ ଫିଲ୍ଡ କ୍ରୀଡ଼ାବିତ୍‌ମାନେ ଜାତିଆଣ ଭେଦଭାବ କିମ୍ବା ଯୌନ ଶୋଷଣର ଶିକାର ହୋଇଛନ୍ତି। ବିଶ୍ବ ଦୌଡ଼କୁଦ ମହାସଂଘ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ୧୯୦୦ରୁ ଅଧିକ ଆକାଉଣ୍ଟର ଅନୁଶୀଳନ କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି।

ପ୍ରଥମ ଥର ଅଲିମ୍ପିକ୍ସରେ ଆର୍ଥିକ ପୁରସ୍କାର: ଦୌଡ଼କୁଦ ସ୍ବର୍ଣ୍ଣ ବିଜେତାଙ୍କୁ ମିଳିବ ୪୨ଲକ୍ଷ

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଟ୍ରାକ୍‌ ଓ ଫିଲ୍ଡ କ୍ରୀଡ଼ାବିତ୍‌ମାନେ ଜାତିଆଣ ଭେଦଭାବ କିମ୍ବା ଯୌନ ଶୋଷଣର ଶିକାର ହୋଇଛନ୍ତି। ବିଶ୍ବ ଦୌଡ଼କୁଦ ମହାସଂଘ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ୧୯୦୦ରୁ ଅଧିକ ଆକାଉଣ୍ଟର ଅନୁଶୀଳନ କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି। ମୋଟ୍‌ କ୍ରୀଡ଼ାବିତ୍‌ଙ୍କ ମଧ୍ୟରୁ ୪୮ ପ୍ରତିଶତ ଖେଳାଳି ଉକ୍ତ ଦୁଇ ପ୍ରକାର ଶୋଷଣର ଶିକାର ହୋଇଥିଲା ବେଳେ ୩୨ ପ୍ରତିଶତ ଖେଳାଳି ସାଧାରଣ ଶୋଷଣର ଶିକାର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅଲିମ୍ପିକ୍ସ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଓ ଶେଷ ହେବାର ୨୪ ଘଣ୍ଟା ପର୍ଯ୍ୟନ୍ତ ୧୯୧୭ ଜଣ ଖେଳାଳି ଓ ମ୍ୟାଚ୍‌ ପରିଚାଳନା ଅଧିକାରୀମାନଙ୍କ ଆକାଉଣ୍ଟ ଉପରେ ଏହି ବିଶ୍ବ ସଂଗଠନ ତଦାରଖ କରୁଥିଲା। ଗବେଷଣା ପାଇଁ ନିଆଯାଇଥିବା ନମୁନା ସଂଖ୍ୟା ୨୦୨୧ ଟୋକିଓ ଅଲିମ୍ପିକ୍ସ ତୁଳନାରେ ୧୨ ଗୁଣା ଅଧିକ ବୋଲି କୁହାଯାଇଛି। 

ଶୋଷଣ ମାମଲା ଭିତରୁ ଜାତିଆଣ ଆକ୍ଷେପ ସବୁଠୁ ଅଧିକ ହୋଇଥିଲା ବେଳେ ପୁରୁଷମାନେ ଏହାର ଅଧିକ (ମୋଟ ଶୋଷଣର ୨୬ ପ୍ରତିଶତ) ଶିକାର ‌ହୋଇଛନ୍ତି। ମହିଳା କ୍ରୀଡ଼ାବିତ୍‌ମାନେ ଯୌନ ଶୋଷଣ ଓ ଅଶ୍ଳୀଳ ଇଙ୍ଗିତର ଶିକାର ହୋଇଛନ୍ତି। ବିଶ୍ବ ଦୌଡ଼କୁଦ ସଂଘର ସଭାପତି ସେବାଷ୍ଟିଏନ୍‌ କୋଏ କହିଛନ୍ତି, ସାମାଜିକ ଗଣମାଧ୍ୟମରେ କ୍ରୀଡ଼ାବିତ୍‌ଙ୍କୁ ଶୋଷଣ କରାଗଲେ ତାହା ତାଙ୍କର ମାନସିକ ସ୍ବାସ୍ଥ୍ୟ ଓ ପ୍ରଦର୍ଶନ ଉପରେ ବଡ଼ ପ୍ରଭାବ ପକାଉଛି। କ୍ରୀଡ଼ାବିତ୍‌ଙ୍କୁ ସେମାନଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ରହିବା ପାଇଁ ତଥା ପ୍ରାୟୋଜକଙ୍କ ସାମଗ୍ରୀର ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ଆବଶ୍ୟକତା ରହିଛି। କିନ୍ତୁ ଏକ ସୁରକ୍ଷିତ ପରିବେଶ ମଧ୍ୟରେ ସେମାନେ ଏହାକୁ ବ୍ୟବହାର କରିବା ଉଚିତ। କିଛି କ୍ରୀଡ଼ାବିତ୍‌ ସଚେତନତା ସୃଷ୍ଟି ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ତେଣୁ ବିଶ୍ବ ଦୌଡ଼କୁଦ ସଂଘ ଏହି ଗବେଷଣାକୁ ସକାରାତ୍ମକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଆଗେଇ ନେବ ବୋଲି ସେବାଷ୍ଟିଏନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe