ବୁଦାପେଷ୍ଟ: ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ କାର୍ବୋନେଟେଡ୍ ମୃଦୁ ପାନୀୟ ପସନ୍ଦ ନୁହେଁ ବୋଲି ଜଣାପଡ଼ିଛି। ମଙ୍ଗଳବାର ୟୁରୋ ୨୦୨୦ରେ ତାଙ୍କ ଦଳ ନିଜର ପ୍ରଥମ ମ୍ୟାଚ୍ରେ ହଙ୍ଗେରୀ ବିପକ୍ଷରେ ଖେଳିବ। ଏହାପୂର୍ବରୁ ସୋମବାର ଅନୁଷ୍ଟିତ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ରୋନାଲ୍ଡୋ ଯୋଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଟେବୁଲ ଉପରେ ଦୁଇଟି କୋଲା କମ୍ପାନିର ମୃଦୁ ପାନୀୟ ରହିଥିଲା। ୩୬ ବର୍ଷୀୟ ରୋନାଲ୍ଡୋ କୋଲା ବୋତଲକୁ ଘୁଞ୍ଚାଇ ପାଣି ବୋତଲ ଦେବାକୁ କହିଥିଲେ। କମ୍ପାନି ସହ କୌଣସି ଶତ୍ରୁତା ନୁହେଁ ପାଣି ପିଇବା ଲାଗି ଉତ୍ସାହିତ କରିବାକୁ ରୋନାଲ୍ଡୋ ଏପରି କରିଥିବା ଜଣାପଡ଼ିଛି। କୋକାକୋଲା ୟୁରୋ ୨୦୨୦ର ସହପ୍ରାୟୋଜକ ରହିଛି। ତେବେ ରୋନାଲ୍ଡୋଙ୍କ ଏହି ଆଚରଣରେ କମ୍ପାନି କୌଣସି ପ୍ରତିକ୍ରିୟା ରଖିନି।
ସାମ୍ବାଦିକ ସମ୍ମିଳନୀରେ କୋଲା ବୋତଲ କାଢ଼ିଦେଲେ ରୋନାଲ୍ଡୋ
Advertisment
Follow Us