ରାହୁଲଙ୍କ ୱାର୍କଆଉଟ୍‌କୁ ଆଥିୟାଙ୍କ ପସନ୍ଦ

Advertisment
ରାହୁଲଙ୍କ ୱାର୍କଆଉଟ୍‌କୁ ଆଥିୟାଙ୍କ ପସନ୍ଦ

Cricket Times

ମୁମ୍ବାଇ: ଚଳିତ ମାସ ପ୍ରାରମ୍ଭରେ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର କରାଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଏବେ ଭାରତୀୟ ଦଳ ସହ ମୁମ୍ବାଇର ଏକ ହୋଟେଲରେ ସଙ୍ଗରୋଧରେ ଅଛନ୍ତି। ସେଠାରେ ବ୍ୟାୟାମ କରୁଥିବା କେତେକ ଫଟୋ ରାହୁଲ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରି ପ୍ରଶଂସକଙ୍କୁ ନିଜ ସ୍ବାସ୍ଥ୍ୟର ସ୍ଥିତି ଜଣାଇବାକୁ ଚେଷ୍ଟା କରିଛନ୍ତି। ହେଲେ ଏହି ଫଟୋକୁ ଦେଖି ତାଙ୍କ ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ ବେଶ୍ ଉତ୍ସାହିତ ଅଛନ୍ତି। ରାହୁଲ ଫଟୋଗୁଡ଼ିକୁ ପ୍ରକାଶ କରିବାର କ୍ଷଣକ ଭିତରେ ଆଥିୟା ତାକୁ ଲାଇକ୍ କରିଛନ୍ତି। ତେବେ କିଛି ନକହି ରାହୁଲଙ୍କୁ ସାଙ୍କେତିକ ଭାଷାରେ ନିଜର ମନର ଭାବନା ଜଣାଇ ଦେଇଛନ୍ତି।

ଫଟୋ ତଳେ ସେ କେବଳ ଏକ ସ୍ମାଇଲ୍ ଇମୋଜି ଛାଡ଼ିଛନ୍ତି। ଆଥିୟା ହେଉଛନ୍ତି ପ୍ରସିଦ୍ଧ ବଲିଉଡ୍‌ ଆକ୍ସନ ଷ୍ଟାର୍‌ ସୁନିଲ ସେଟ୍ଟୀଙ୍କ ଝିଅ। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ରାହୁଲ ସର୍ତ୍ତମୂଳକ ଭାବେ ସ୍ଥାନ ପାଇଛନ୍ତି। ହେଲେ ଭାରତ ଛାଡ଼ିବା ପୂର୍ବରୁ ତାଙ୍କୁ ଫିଟନେସ୍ ପରୀକ୍ଷା ଦେବାକୁ ପଡ଼ିବ। ଏଥିରେ ଉତ୍ତୀର୍ଣ୍ଣ ହେଲେ ଯାଇ ବିମାନରେ ବସିବାର ଅନୁମତି ମିଳିବ। ୱିକେଟ୍ ରକ୍ଷକ ଋଦ୍ଧିମାନ ସାହ ମଧ୍ୟ ଏହିଭଳି ଭାବେ ଭାରତୀୟ ଦଳରେ ଅଛନ୍ତି। ତାଙ୍କୁ ବି ଭାରତ ଛାଡ଼ିବା ପୂର୍ବରୁ ଫିଟନେସ୍ ପ୍ରମାଣପତ୍ର ଦେବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe