ବାମ୍ବୋଲିମ (ଗୋଆ): କରୋନା ମହାମାରୀ ଯୋଗୁଁ ୮ ମାସ ଧରି ଭାରତରେ ବନ୍ଦ ରହିଥିବା ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ମାଧ୍ୟମରେ ଆରମ୍ଭ ହୋଇଛି। ବିନା ଦର୍ଶକ ଏବଂ ଜୈବ ବଳୟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମୁକାବିଲାରେ ଏଟିକେ ମୋହନବାଗାନ ବିଜୟରୁ ଅଭିଯାନ ଆରମ୍ଭ କରିଛି। କୃଷ୍ଣ ରୟ (୬୭ ମିନିଟ୍)ଙ୍କ ଗୋଲ୍ ବଳରେ ଏଟିକେ ମୋହନବାଗାନ ୧-୦ ଗୋଲ୍ରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି।
ଏଟିକେ ମୋହନବାଗାନର ବିଜୟ ଅଭିଯାନ
Advertisment
Follow Us