ଏଟିକେକୁ ତୃତୀୟ ଆଇଏସ୍‌ଏଲ୍ ଟ୍ରଫି

Advertisment
ଏଟିକେକୁ ତୃତୀୟ ଆଇଏସ୍‌ଏଲ୍ ଟ୍ରଫି

ପଣଜୀ: ଚେନ୍ନାଇନ୍ ଏଫ୍‌ସିକୁ ୩-୧ ଗୋଲ୍‌ରେ ପରାସ୍ତ କରି ଏଟିକେ ଚଳିତ ବର୍ଷର ଆଇଏସ୍‌ଏଲ୍ (ଇଣ୍ଡିଆନ୍ ସୁପରଲିଗ୍) ଫୁଟ୍‌ବଲ୍ ପ୍ରତିଯୋଗିତା ଜିତି ନେଇଛି। ଉଭୟ ଦଳ ପୂର୍ବରୁ ଦୁଇ ଥର ଲେଖାଏଁ ବିଜେତା ହୋଇ ପ୍ରଥମ ଦଳ ଭାବେ ତୃତୀୟ ଥର ଟ୍ରଫି ଜିତିଥିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇଥିଲା ବେଳେ ଶନିବାର ଫାଇନାଲ୍‌ରେ ଏଟିକେ ବାଜି ମାରି ନେଇଥିଲା। କରୋନା ଆତଙ୍କ ପାଇଁ ବିନା ଦର୍ଶକରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସ୍ପେନୀୟ ମଧ୍ୟଭାଗ ଖେଳାଳି ଜାଭି ହର୍ନା‌ଣ୍ଡେଜ୍ ଯୁଗଳ ଗୋଲ୍ ଦେଇ ଏଟିକେକୁ ବିଜେତା କରିଥିଲେ। କୃଷ୍ଣ ରାୟଙ୍କଠାରୁ ପାଇଥିବା ପାସ୍‌କୁ ଚତୁରତାର ସହ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଦଶମ ମିନିଟ୍‌ରେ ହିଁ ସେ ଏଟିକେକୁ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଧର ବଳକା ୩୫ ମିନିଟ୍ ଖେଳରେ ଏଟିକେ ଏହି ଅଗ୍ରଣୀ ବଜାୟ ରଖିଥିଲା। ଘଟଣା ବହୁଳ ଦ୍ବିତୀୟାର୍ଧର ଦ୍ବିତୀୟ ମିନିଟ୍‌ରେ ହିଁ ଏଟିକେ ଆଉ ଏକ ଗୋଲ୍ ଦେଇ ସ୍ଥିତି ୨-୦ କରି ଦେଇଥିଲା। ଏହି ଗୋଲ୍‌ଟିକୁ ଏଡୁ ଗ୍ରାସିଆ ଦେଇଥିଲେ। ୬୯ ମିନିଟ୍‌ରେ ନେରିଜୁସ୍ ଭାଲସ୍କିଜଙ୍କ ଗୋଲ୍ ବଳରେ ଚେନ୍ନାଇନ୍ ମ୍ୟାଚ୍‌କୁ ଫେରିଥିଲା। ନିୟମିତ ୯୦ ମିନିଟ୍ ଖେଳରେ ଚେନ୍ନାଇନ୍ ୨-୧ରେ ଆଗୁଆ ଥିଲା ବେଳେ ଆହତ ସମୟରେ ହର୍ନାଣ୍ଡେଜ୍ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଓ ମ୍ୟାଚ୍‌ର ଚତୁର୍ଥ ଗୋଲ୍ ଦେଇ ନିଜ ଦଳକୁ ୩-୧ରେ ବିଜୟୀ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe