tennisnet.com
ଲଣ୍ଡନ: ସ୍ପେନ୍ର ଯୁବ ତାରକା କାର୍ଲୋସ ଅଲ୍କାରାଜ ସର୍ବକନିଷ୍ଠ ଖେଳାଳି ଭାବେ ଏଟିପି ମାନ୍ୟତାର ଶୀର୍ଷ-୫ ସ୍ଥାନ ଦଖଲ କରିଛନ୍ତି। ନିଜ ଦେଶର ରାଫେଲ ନାଦାଲଙ୍କ ପରେ ଏକବିଂଶ ଶତାବ୍ଦୀରେ ସେ ଶୀର୍ଷ-୫ରେ ପହଞ୍ଚିବାର ସଫଳତା ହାସଲ କରିବାରେ ଦ୍ବିତୀୟ ସର୍ବକନିଷ୍ଠ ହୋଇଛନ୍ତି। ନାଦାଲ ୨୦୦୫ରେ ଏହି ସଫଳତା ହାସଲ କଲାବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା। ହେଲେ ଅଲ୍କାରାଜଙ୍କୁ ଏବେ ୧୯ ବର୍ଷ ବୟସ। ଅଲ୍କାରାଜଙ୍କ ନିକଟରେ ଶୀର୍ଷ-୪ରେ ପହଞ୍ଚିବାର ସୁଯୋଗ ରହିଥିଲା। ହେଲେ ହମ୍ବର୍ଗ ୟୁରୋପୀଆନ ଓପନ୍ ଫାଇନାଲ୍ରେ ଲୋରେଞ୍ଜୋ ମୁସେଟିଙ୍କଠାରୁ ହାରିଯିବା ପରେ ପଞ୍ଚମ ମାନ୍ୟତାରେ ସନ୍ତୁଷ୍ଟ ରହିଛନ୍ତି। ସଦ୍ୟ ପ୍ରକାଶିତ ଏଟିପି ମାନ୍ୟତାରେ ଡାନିଲ ମେଦ୍ଭେଦେଭ୍ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ୱିମ୍ବଲଡନ୍ ବିଜେତା ନୋଭାକ୍ ଜୋକୋଭିକ୍ ସପ୍ତମକୁ ଖସି ଯାଇଛନ୍ତି।
Follow Us