ଅଡିଟ୍‌ ଓ ଏକାଉଣ୍ଟ୍‌ସ ପୂର୍ବାଞ୍ଚଳ ହକି: ଓଡ଼ିଶା ଉପବିଜେତା

Advertisment

ପଶ୍ଚିମବଙ୍ଗଠୁ ୨-୩‌ ଗୋଲ୍‌ରେ ହାରିଲା

ପଶ୍ଚିମବଙ୍ଗଠୁ ୨-୩‌ ଗୋଲ୍‌ରେ ହାରିଲା

ଅଡିଟ୍‌ ଓ ଏକାଉଣ୍ଟ୍‌ସ ପୂର୍ବାଞ୍ଚଳ ହକି: ଓଡ଼ିଶା ଉପବିଜେତା

ଭୁବନେଶ୍ୱର: ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ଭାରତୀୟ ଅଡିଟ୍‌ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ହକି ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ଓଡ଼ିଶା ୨-୩ ଗୋଲ୍‌ରେ ପଶ୍ଚିମବଙ୍ଗଠୁ ହାରି ଉପବି‌ଜେତାରେ ସନ୍ତୁଷ୍ଟ ରହିଛି। ୨୮ତମ ମିନିଟ୍‌ରେ ପଶ୍ଚିମବଙ୍ଗକୁ ଅଭିଷେକ ଯାଦବ (୨୮ ମିନିଟ୍‌) ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାର ୧୦ ମିନିଟ୍‌‌ ପରେ ଓଡ଼ିଶାର ମନୀଷ କୁମାର ଶର୍ମା (୩୮ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ। ୪୪ତମ ମିନିଟ୍‌ରେ ସୁନିଲଙ୍କ ଗୋଲ୍‌ରେ ପୁଣି ପଶ୍ଚିମବଙ୍ଗ ଆଗୁଆ ହୋଇଥିଲା। ୫୩ ମିନିଟ୍‌ରେ ତିକେଇ କୁଜୁର ଓଡ଼ିଶା ସ୍ଥିତି ସମାନ କରିଥିଲେ। ହେଲେ ୫୭ ମିନିଟ୍‌ରେ ସୁନିଲ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ଦେବା ସହ ଦଳକୁ ବିଜୟ ଭେଟି ଦେଇଥିଲେ। ତେବେ ଉଭୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଦଳ ଆସନ୍ତା ୨୬ରୁ ଆରମ୍ଭ ହେବାକୁଥିବା ସର୍ବଭାରତୀୟ ଅଡିଟ ଓ ଏକାଉଣ୍ଟସ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ବିଜେତା ଓ ଉପବିଜେତା ଦଳକୁ ମୁଖ୍ୟ ଅତିଥି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଓ ସମ୍ମାନୀୟ ଅତିଥି ପ୍ରଧାନ ମହାଲେଖାକାର ରାଜ କୁମାର ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପ୍ରଧାନ ମହାଲେଖାକାର ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମହାଲେଖାକାର ମନାଲିକା ବୋର୍ଗହାଇନି, ତାନ୍ୟା ଅମ୍ବାସ୍ତା, କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା, ପ୍ରଦୀପ ରଥ ଉପସ୍ଥିତ ଥିଲେ। କମଲ କିରଣ ଉଦଯାପନୀ ସମାରୋହକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe