ଅରବିନ୍ଦ ସ୍ମାରକୀ କ୍ରିକେଟ୍‌: ସେମିରେ ଗ୍ରିନ୍‌

ଅରବିନ୍ଦ ସ୍ମାରକୀ କ୍ରିକେଟ୍‌: ସେମିରେ ଗ୍ରିନ୍‌

ଭୁବନେଶ୍ବର : ପାରାମାଉଣ୍ଟ ସ୍ପୋର୍ଟିଂସ ପଡ଼ିଆରେ ଚାଲିଥିବା ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଶୁକ୍ରବାର ମ୍ୟାଚ୍‌ରେ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରି ଚତୁର୍ଥ ତଥା ଶେଷ ଦଳ ଭାବେ ଗ୍ରିନ୍‌ କ୍ରିକେଟ୍‌ ଏକାଡେମି ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛି। ଏଥି ସହିତ ସେମିଫାଇନାଲ୍‌ ଲାଇନ୍‌ଅପ୍‌ ମଧ୍ୟ ଚୂଡାନ୍ତ ହୋଇଯାଇଛି। ଆସନ୍ତାକାଲି ପ୍ରଥମ ସେମିରେ ଦୁଇ ଭୁବନେଶ୍ବର ଦଳ ପାରାମାଉଣ୍ଟ ଷ୍ଟ୍ରାଇକର୍ସ-ଟାଉନ କ୍ଲବ୍‌ ଏବଂ ରବିବାର ଗ୍ରିନ୍‌-ଜୁଭେନାଇଲ (କଟକ) ମୁହାଁମୁହିଁ ହେବେ। ଆସନ୍ତା ୧୫ ତାରିଖରେ ଫାଇନାଲ୍‌ ଖେଳାଯିବ।

ଶୁକ୍ରବାର ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ପ୍ରଗତି ସ୍ପୋର୍ଟିଂ ୪୦ ଓଭରରେ ୯ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ଗ୍ରିନ୍‌ ପକ୍ଷରୁ ସୁମିତ ମିଶ୍ର (୩/୧୮), ଦୀପକ ଯାଦବ (୨/୨୩) ଏବଂ ଆୟୂଷ ଚାନ୍ଦ (୨/୨୩) ୭ ୱିକେଟ୍‌ ବାଣ୍ଟି ନେଇଥିଲା ବେଳେ ଦୁଇ ଜଣ ରନ୍‌ଆଉଟ୍‌ ହୋଇଥିଲେ। ଅସିମ ବରାଡ଼ ସର୍ବାଧିକ ୨୫, ଅମନ ଦାଶ ଓ ଆଦର୍ଶ ପଟ୍ଟନାୟକ ୨୪* ରନ୍‌ ଲେଖାଏଁ କରିଥିଲେ। ଜବାବ‌ରେ ଓପ୍‌ନର ଆୟୂଷ ଚାନ୍ଦ (୫୧)ଙ୍କ ଅର୍ଦ୍ଧଶତକ, ଆଦର୍ଶ ଭଞ୍ଜ (୩୧) ଏବଂ ସାର୍ଥକ ପ୍ରକାଶ (୨୪*)ଙ୍କ ବଳରେ ଗ୍ରିନ୍‌ ଏକାଡେମି ୩୩.୪ ଓଭରରେ ୪ ୱିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ୧୫୪ରେ ପହଞ୍ଚି ଯାଇଥିଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଆୟୂଷ ଚାନ୍ଦ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ଏବଂ ଦୀପକ ଯାଦବ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ପାରମାଉଣ୍ଟ ସ୍ପୋର୍ଟିଂର ପ୍ରତିଷ୍ଠାତା ସଦସ୍ୟ ବିବେକାନନ୍ଦ ଦାଶ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚନ୍ଦ୍ରମୋହନ ବରାଳ ଓ ଲୁଲୁ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe