ତ୍ରିରାଷ୍ଟ୍ରୀୟ ମହିଳା ‌ଟ୍ବେଣ୍ଟି-୨୦ ଶୃଙ୍ଖଳା : ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଜେତା

Advertisment
ତ୍ରିରାଷ୍ଟ୍ରୀୟ ମହିଳା ‌ଟ୍ବେଣ୍ଟି-୨୦ ଶୃଙ୍ଖଳା : ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଜେତା

CricXtasy

ଜଙ୍କ୍‌ସନ୍‌ ଓଭାଲ (ମେଲ୍‌ବର୍ନ) : ଭାରତକୁ ୧୧ ରନ୍‌ରେ ପରାସ୍ତ କରି ଆୟୋଜକ ଅଷ୍ଟ୍ରେଲିଆ ତ୍ରିରାଷ୍ଟ୍ରୀୟ ମହିଳା ଟ୍ବେଣ୍ଟି-୨୦ ଶୃଙ୍ଖଳାର ବିଜେତା ହୋଇଛି। ଘରୋଇ ଦଳର ୧୫୬ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଭାରତ ଏକ ସମୟରେ ୩ ୱିକେଟ୍‌ ବିନିମୟରେ ୧୧୫ ରନ୍‌ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମନ୍ଧାନା ୩୭ ବଲ୍‌ରୁ ୧୨ ଚୌକା ସହାୟତାରେ ୬୬ ରନ୍‌ କରି ଏକା ଲଢ଼ିଥିଲେ। ତାଙ୍କ ବ୍ୟତୀତ ସେଫାଳି ବର୍ମା (୧୦), ରିଚା ଘୋଷ (୧୭), ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର (୧୪), ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା (୧୦) ଓ ତାନିଆ ଭାଟିଆ (୧୧) ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିଥିଲେ। ହେଲେ ମାନ୍ଧାନା ଚତୁର୍ଥ ଖେଳାଳି ଭାବେ ଆଉଟ୍‌ ହେବା ସାଙ୍ଗକୁ ମାତ୍ର ୨୯ ରନ୍‌ରେ ଶେଷ ୭ ୱିକେଟ୍‌ ହରାଇ ଭାରତ ପରାଜୟ ବରଣ କରିଥିଲା। ୫ ୱିକେଟ୍‌ ସଫଳତା ହାତେଇଥିବା ବିଜେତା ଦଳର ଜେସ୍‌ ଜୋନାସେନ୍‌ ମ୍ୟାଚ୍‌ର ଏବଂ ଅପରାଜିତ ଅର୍ଧଶତକ ଜମାଇଥିବା ବେଥ୍‌ ମୁନି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ଜୋସେନ୍‌ ୪-୦-୧୨-୫ର ବୋଲିଂ ଚିତ୍ର ପାଇଥିଲେ।

ବୁଧବାର ଫାଇନାଲ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ମୁନି (୭୧ ରନ୍‌, ୫୪ ବଲ୍‌, ୯ ଚୌକା)ଙ୍କ ଅପରାଜିତ ଅର୍ଧଶତକ ସାଙ୍ଗକୁ ଆସ୍‌ଲେ ଗାର୍ଡନର୍‌ (୨୬), ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ (୨୬) ଓ ରାଚେଲ ହେନ୍‌ସ (୧୮)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ୬ ୱିକେଟ୍‌ ବିନିମୟରେ ୧୫୫ ରନ୍ କରିଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଦୀପ୍ତି ଶର୍ମା ଓ ରାଜେଶ୍ବରୀ ଗାଏକ୍ବାଡ ୨ ‌ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe