ପର୍ଥ: ଅଷ୍ଟ୍ରେଲିଆ ଶୁକ୍ରବାର ପର୍ଥରେ ଖେଳାଯାଇଥିବା ତୃତୀୟ ଓ ଶେଷ ଟି-୨୦ ମ୍ୟାଚ୍ରେ ପାକିସ୍ତାନକୁ ୧୦ ଓ୍ଵିକେଟ୍ରେ ପରାସ୍ତ କରିଛି। ଏହି ବିଶାଳ ବିଜୟ ସହିତ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ୨-୦ରେ ନିଜ ନାଁରେ କରି ନେଇଛି। ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍କୁ ବାତିଲ କରାଯାଇଥିଲା।
ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୧୦୬ ରନ୍ କରିଥିଲା। ଆୟୋଜକ ଟିମ୍ ବିଜୟ ଲକ୍ଷ୍ୟକୁ ୧୧.୫ ଓଭରରେ ପୂରା କରିଥିଲା। ଓପନର ଯୋଡ଼ି ଆରୋନ ଫିଞ୍ଚ (ଅପରାଜିତ ୫୨ ରନ୍, ୩୬ ବଲ)ଓ ଡେଭିଡ ଓ୍ଵାର୍ଣ୍ଣର (ଅପରାଜିତ ୪୮ ରନ୍, ୩୫ ବଲ) ନିର୍ଭୟ ଭାବେ ଖେଳି କଙ୍ଗାରୁ ଦଳକୁ ବିଜୟ ଦେଇଛନ୍ତି। ଦୀର୍ଘ ଦିନ ପରେ ଫର୍ମକୁ ଫେରିଥିବା ସନ ଏବୋଟ ୧୪ ରନ୍ ଦେଇ ୨ଟି ଓ୍ଵିକେଟ ନେଇଥିଲେ। ସେଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।
Follow Us