Navbharat Times
ବ୍ରିସବେନ୍: ଡେଭିଡ ଓ୍ଵାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବୁଧବାର ଶ୍ରୀଲଙ୍କାକୁ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୯ ଓ୍ଵିକେଟ୍ରେ ପରାସ୍ତ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ୩ ମ୍ୟାଚ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିବା ସହିତ ବିଜୟୀ ହୋଇଛି। ପାକିସ୍ତାନ ବିପକ୍ଷରେ ୩-୦ରେ ବିଜୟୀ ହେବା ପରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଶ୍ରୀଲଙ୍କାକୁ ବଡ଼ ଝଟକା ଲାଗିଛି। କାରଣ ଏଡିଲେଡରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ୧୩୪ ରନରେ ଶ୍ରୀଲଙ୍କାକୁ ହାରିବାକୁ ପଡ଼ିଥିଲା। ତୃତୀୟ ମ୍ୟାଚ୍ ମେଲବର୍ଣ୍ଣରେ ଶୁକ୍ରବାର ଖେଳାଯିବ।
ଅଷ୍ଟ୍ରେଲିଆର ବୋଲରଙ୍କ ସମ୍ମୁଖରେ ଶ୍ରୀଲଙ୍କା ୧୯ ଓଭରରେ ୧୧୭ ରନ୍ କରିଥିଲା। ଏଥିରେ କୁଶାଲ ପରେରା ସର୍ବାଧିକ ୨୭ ରନ କରିଥିଲେ। ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟକୁ ୧୩ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ହାସଲ କରିଥିଲା। ଓ୍ଵାର୍ଣ୍ଣର (୬୦ ରନ୍) ଓ ସ୍ମିଥ ଅପରାଜିତ ୫୩ ରନ୍ କରିଥିଲେ। ଆରୋନ୍ ଫିଞ୍ଚ ପ୍ରଥମ ଓଭରରେ ଆଉଟ ହେବା ପରେ ଉଭୟ ଖେଳାଳି ଦାୟିତ୍ୱ ନେଇଥିଲେ ଏବଂ ଦ୍ୱିତୀୟ ଓ୍ଵିକେଟରେ ୧୧୭ ରନ୍ ଭାଗିଦାରୀ ହୋଇପାରିଥିଲେ। ଫିଞ୍ଚଙ୍କୁ ଲାସିଥ ମାଲିଙ୍ଗା ଓ୍ଵିକେଟ ପଛରେ କ୍ୟାଚ୍ କରାଇଥିଲେ।
Follow Us