ହୋବର୍ଟ: ବିଦାୟୀକାଳୀନ ଦିନିକିଆରେ ଅଷ୍ଟ୍ରେଲିଆ ମହିଳା ଦଳର ଚର୍ଚ୍ଚିତ ଅଧିନାୟିକା ଆଲିସା ହିଲି ୧୫୮ ରନ୍ର ବିସ୍ଫୋରକ, ମ୍ୟାଚ୍ ବିଜୟୀ ଓ ଅସାଧାରଣ ପାଳି ଖେଳିଛନ୍ତି। ତାଙ୍କର ଏହି ଅବିସ୍ମରଣୀୟ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଆୟୋଜିତ ଭାରତ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆକୁ ୧୮୫ ରନ୍ର ବୃହତ୍ ବ୍ୟବଧାନରେ ଜିତି ନେଇଛି। ତା’ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। କଙ୍ଗାରୁ ଦଳ ମଧ୍ୟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତଠାରୁ ୧-୨ରେ ହାରିବାର ପ୍ରତିଶୋଧ ନେଇଛି। ରବିବାରର ଏହି ପ୍ରତୀକ୍ଷିତ ମୁକାବିଲା ତାଙ୍କ ଖେଳ ଜୀବନର ଶେଷ ଏକଦିବସୀୟ ମ୍ୟାଚ୍ ହେବ ବୋଲି ହିଲି ପୂର୍ବରୁ ଘୋଷଣା କରିଥିଲେ।
ଆହୁରି ପଢନ୍ତୁ: Supporter of Khemeini: କରାଚିରେ ଖେମିନିଙ୍କ ସମର୍ଥକଙ୍କ ଉପରେ ଆମେରିକା ସୈନ୍ୟଙ୍କ ଗୁଳିମାଡ଼: ୧୨ ମୃତ
ଅଷ୍ଟ୍ରେଲିଆର ପାଳି ଆରମ୍ଭ କରି ଏହାକୁ ଅଭୁଲା କରିବାର ଅଭିମୁଖ୍ୟକୁ ଆରମ୍ଭରୁ ସ୍ପଷ୍ଟ କରି ଦେଇଥିଲେ। ବେଥ୍ ମୁନି (୧୦୬)ଙ୍କ ସହ ମିଶି ତୃତୀୟ ୱିକେଟ୍ରେ ୧୪୫ ରନ୍ର ଭାଗୀଦାର ଗଢ଼ିଥିଲେ। ଉଭୟ ଶତକ ହାସଲ କରିଥିଲା ବେଳେ ଅଷ୍ଟ୍ରେଲିଆ ୭ ୱିକେଟ୍ ବିନିମୟରେ ରେକର୍ଡ ୪୦୯ ରନ୍ କରିଥିଲା। ଭାରତ ପକ୍ଷରୁ ଶ୍ରୀ ଚାରଣୀ ଓ ସ୍ନେହ ରାଣା ଦୁଇଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ଅନ୍ୟପକ୍ଷରେ ରେଣୁକା ସିଂହ, କାଶଭୀ ଗୌତମ ଓ ଦୀପ୍ତି ଶର୍ମାଙ୍କ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଜବାବରେ ଭାରତୀୟ ଦଳ ବଡ଼ ବିଜୟ ଲକ୍ଷ୍ୟର ଅସହ୍ୟ ଚାପରେ ଚାପି ହୋଇ ୪୫.୧ ଓଭରରେ ୨୨୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦଳର ଜଣେ ହେଲେ ବି ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ନଥିଲେ। ସ୍ନେହ ରାଣା ସର୍ବାଧିକ ୪୪ ରନ୍ କରିଥିଲେ।
ଆହୁରି ପଢନ୍ତୁ: Oil Import: ପ୍ରଭାବିତ ହେବ ଭାରତର ତୈଳ ଆମଦାନି
ଅଷ୍ଟ୍ରେଲିଆର ସଫଳତମ ବୋଲର୍ ଭାବେ ଆଲନା କିଙ୍ଗ୍ ୩୩ ରନ୍ ବିନିମୟରେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଅଷ୍ଟ୍ରେଲିଆ ମହିଳା ଦଳ ହିଲିଙ୍କୁ ବିଦାୟକାଳୀନ ବିଜୟ ଉପହାର ଦେବା ସହ ବ୍ୟକ୍ତିଗତ ଭାବେ ସେ ଶତକୀୟ ପାଳିରେ ଅବସର ନେବା ଅଷ୍ଟ୍ରେଲିଆ ପୁରୁଷ ଦଳର ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ସର୍ବାଧିକ ଖୁସି କରିଛି। କାରଣ ଷ୍ଟାର୍କ ହେଉଛନ୍ତି ହିଲିଙ୍କ ପତି। ପତ୍ନୀଙ୍କ ହିଲିଙ୍କ ଏକାଗ୍ରତା ଓ ଦୃଢ଼ ମନୋବଳକୁ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଭୂୟସୀ ପ୍ରଶଂସା କରି ଷ୍ଟାର୍କ। ତୁମ (ହିଲିଙ୍କ) ପାଇଁ ମୁଁ ଗର୍ବିତ ବୋଲି ଲେଖିଛନ୍ତି।
ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ୫୦ ଓଭରରେ-୪୦୯/୭ (ଆଲିସା ହିଲି ୧୫୮, ବେଥ୍ ମୁନି ୧୦୬*, ଶ୍ରୀ ଚାରଣୀ ୨/୧୦୬, ସ୍ନେହ ରାଣା ୨/୬୬)। ଭାରତ ୪୫.୧ ଓଭରରେ-୨୨୪ (ସ୍ନେହ ରାଣା ୪୪, ଜେମିମା ରଡ୍ରିଗ୍ସ ୪୨, ଆଲନା କିଙ୍ଗ୍ ୪/୪୪)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/01/01bbs_37_01032026_112-2026-03-01-17-13-33.jpg)