ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ବେଲଜିୟମ ବିଶ୍ବକପ୍ ଦାବିଦାର

Advertisment
ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ବେଲଜିୟମ ବିଶ୍ବକପ୍ ଦାବିଦାର

ଭୁବନେଶ୍ବର ବିଶ୍ବକପରେ ଅଂଶଗ୍ରହଣ କରୁଥିବା ୧୬ ଦଳ ମଧ୍ୟରୁ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ବେଲଜିୟମ ମଧ୍ୟରୁ ଜଣେ କେହି ବିଜେତା ହେବାର ସମ୍ଭାବନା ଅଧିକ ରହିଛି। ଭାରତୀୟ ହକି ଦଳ ଏବେ ଭଲ ଖେଳୁଛି, ହେଲେ ଏହି ଦଳ ସେମିଫାଇନାଲ ଆଗକୁ ବଢ଼ିବା ନେଇ ମୋ ମନରେ ସଂଶୟ ରହିଛି। ଅଷ୍ଟ୍ରେଲିଆର ପ୍ରତିଷ୍ଠିତ କ୍ରୀଡ଼ା ପ୍ରଶିକ୍ଷକ ରିକ୍ ଚାର୍ଲସୱର୍ଥ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବରେ ଅତ୍ୟତମ ବକ୍ତା ଭାବେ ଯୋଗ ଦେଇ ଏହା କହିଥିଲେ। ପ୍ରଶିକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଚାର୍ଲସୱର୍ଥ ଅଶି ଦଶକ ପରେ ଭାରତୀୟ ହକିରେ ହୋଇଥିବା ଅଧୋପତନ ନେଇ ଦୁଃଖ ପ୍ରକାଶ କରିଥିଲେ। ସେହିଭଳି ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ହକି ପୂର୍ବାପେକ୍ଷା ଭଲ କରୁଛି ବୋଲି ମତ ରଖିଥିଲେ। ଏହାର ଶ୍ରେୟ ସେ ଉଭୟ ଭାରତୀୟ ଏବଂ ବିଦେଶୀ ପ୍ରଶିକ୍ଷକଙ୍କୁ ଦେଇଥିଲେ। ବିଦେଶୀ ପ୍ରଶିକ୍ଷକ ଭାରତକୁ ନୂଆ ନୂଆ ରଣକୌଶଳ ଆଣିଥିଲେ। ଯାହା ଭାରତୀୟ ଖେଳାଳିଙ୍କ ପାଇଁ ବେଶ୍ ଲାଭ ଦାୟକ ହୋଇଥିଲା ବୋଲି ରିକ୍ ମତ ପୋଷଣ କରିଥିଲେ। ସେ କହିଥିଲେ ଜଣେ ‌ଭଲ ପ୍ରଶିକ୍ଷକର କାମ ହେଲା ଖେଳାଳିଙ୍କଠାରୁ ‌ଶ୍ରେଷ୍ଠ ଖେଳ ବାହାର କରିବା। ପଡ଼ିଆ ଭିତରେ କିନ୍ତୁ ଖେଳାଳିମାନେ ନିଜେ ନିଜେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଥାଆନ୍ତି। ଏଣୁ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ତାଳମେଳ, ସମନ୍ବୟ ଏବଂ ନିୟମିତ ଯୋଗାଯୋଗ ରହିବା ନିହାତି ଜରୁରୀ । ଯୁବ ଅଲିମ୍ପିକ୍ସରେ ସାମିଲ ହୋଇଥିବା ଫାଇଭ୍-ଏ ସାଇଡ୍ ହକିକୁ ଚାର୍ଲସୱର୍ଥ ପସନ୍ଦ କରି ନଥିଲେ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)୨୦୨୪ ମସିହା ସୁଦ୍ଧା ଫାଇଭ୍-ଏ-ସାଇଡ୍ ହକିକୁ ଅଧିକ ଲୋକପ୍ରିୟ କରାଇବା ଲାଗି ଯୋଜନା କରୁଥିବା ପ୍ରଶ୍ନର ଉତ୍ତର ଦେଇ ଏହା ଦ୍ବାରା ହକି କଳା କୌଶଳ ଧ୍ବଂସ ହୋଇଯିବ। ଏଫଆଇଏଚ୍ ଯଦି ଏଭଳି ଯୋଜନା କରୁଥାଏ, ତାହାଲେ ଏହା ପାଗଳାମି ବୋଲି ସେ ପ୍ରକାଶ କରିଥିଲେ। ସେହିଭଳି ୧୫ ମିନିଟ୍ ବିଶିଷ୍ଟ ଚାରିଟି କ୍ବାର୍ଟର ପରିବର୍ତୋ ୨୦ ମିନିଟିଆ କ୍ବାର୍ଟର ସପକ୍ଷରେ ସେ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe