LONDON, ENGLAND - JUNE 25: Aaron Finch of Australia celebrates reaching his century during the Group Stage match of the ICC Cricket World Cup 2019 between England and Australia at Lords on June 25, 2019 in London, England. (Photo by Mike Hewitt/Getty Images)
ଲର୍ଡସ: ପ୍ରଥମ ବିଶ୍ବକପ୍ ବିଜୟର ସ୍ବପ୍ନ ଦେଖିଥିବା ଆୟୋଜକ ଇଂଲଣ୍ଡକୁ ଅଡୁଆରେ ପକାଇ ଦେଇଛି ଗତ ଥରର ବିଜେତା ଅଷ୍ଟ୍ରେଲିଆ। ମଙ୍ଗଳବାର ଐତିହାସିକ ଲର୍ଡସ ପଡିଆରେ ଇଂଲଣ୍ଡକୁ ୬୪ ରନ୍ରେ ଶୋଚନୀୟ ଭାବେ ହରାଇ ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଆରୋନ୍ ଫିଞ୍ଚ୍ଙ୍କ ଶତକ ପରେ ଦୁଇ ବାମହାତୀ ଦ୍ରୁତ ବୋଲର ବେହେରନଡର୍ଫ ଏବଂ ଷ୍ଟାର୍କ ମିଳିତ ଭାବେ ୯ ୱିକେଟ୍ ନେଇ ଇଂଲଣ୍ଡକୁ ଆଶଙ୍କା ଭିତରକୁ ଠେଲିଦେଇଥିଲେ।
ଟସ୍ ହାରି ପ୍ରଥେମ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପାଇଁ ପ୍ରାରମ୍ଭିକ ଯୋଡ଼ି ଆରୋନ୍ ଫିଞ୍ଚ୍ ଏବଂ ଡେଭିଡ୍ ୱାର୍ନର ସତର୍କତାର ସହ ଆରମ୍ଭ କରିଥିଲେ। ପ୍ରଥମ ପାୱାର ପ୍ଲେ ୧୦ ଓଭରରୁ ବିନା କ୍ଷତିରେ ୪୪ ରନ୍ କରିବା ପରେ ଚଳିତ ବିଶ୍ବକପ୍ରେ ତୃତୀୟ ଥର ଶତକୀୟ ଭାଗୀଦାରି କରି ନେଇଥିଲେ। ଡେଭିଡ୍ ୱାର୍ନର (୫୩, ୬୧ ବଲ) ଙ୍କୁ ମୋଇନ୍ ଅଲୀ ଆଉଟ୍ କରିବା ପରେ ଏହି ଯୋଡ଼ି ଅଲଗା ହୋଇଥିଲେ। ପ୍ରଥମ ୱିକେଟ୍ ପାଇଁ ୧୨୩ ରନ୍ ସଂଗ୍ରହ କରିଥିବା ଅଷ୍ଟ୍ରେଲିଆ କିନ୍ତୁ ସେଭଳି ପ୍ରଭାବ ବିସ୍ତାର କରିପାରିନଥିଲା। ଆରୋନ୍ ଫିଞ୍ଚ୍ (୧୦୦, ୧୧୬ ବଲ, ୧୧ ଚୌକା, ୨ ଛକା) ଚଳିତ ବିଶ୍ବକପ୍ରେ ନିଜ ଦ୍ବିତୀୟ ଶତକ ହାସଲ କରିବା ପରେ ଆଉଟ୍ ହୋଇଯିବା ଦଳକୁ ବଡ଼ ସ୍କୋର୍ ସମ୍ଭାବନାରୁ ଦୂରେଇ ରଖିଥିଲା। ମଧ୍ୟକ୍ରମରେ ଉସମାନ ଖୱାଜା, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଷ୍ଟୋଇନିସ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାଳି ଖେଳିପାରିନଥିଲେ। ଶେଷ ଭାଗରେ ୱିକେଟରକ୍ଷକ ଆଲେକ୍ସ କ୍ୟାରି (୩୮*, ୨୭ ବଲ, ୫ ଚୌକା)ଙ୍କ ପାଳି କାରଣରୁ ଅଷ୍ଟ୍ରେଲିଆ ୨୮୫ ରନ୍ କରିନେଇଥିଲା।
ଜବାବରେ ପାଳିର ଦ୍ବିତୀୟ ବଲରେ ଜେମ୍ସ ଭିନ୍ସଙ୍କୁ ବେହେରନଡର୍ଫ ବୋଲ୍ଡ କରିଦେବା ପରେ ଇଂଲଣ୍ଡ ଚାପରେ ପଡ଼ିଥିଲା। ମିଚେଲ ଷ୍ଟାର୍କ ଲଗାତାର ଓଭରରେ ୨ ୱିକେଟ୍ ବାହାର କରି ଇଂଲଣ୍ଡକୁ ଆଉ ପ୍ରତ୍ୟାବର୍ତନ ସୁଯୋଗ ଦେଇନଥିଲେ। ଚତୁର୍ଥ ଓଭରରେ ଜୋ ରୁଟଙ୍କୁ ଏଲବିଡବଲ୍ୟୁ କରିଦେବା ପରେ ଷଷ୍ଠ ଓଭରରେ ଅଧିନାୟକ ଇଅନ୍ ମୋର୍ଗାନଙ୍କୁ କମିନ୍ସଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଜନି ବେୟାରଷ୍ଟୋ (୨୭, ୩୯ ବଲ୍)ଙ୍କୁ ବେହେରନଡର୍ଫ ନିଜ ଦ୍ବିତୀୟ ଶିକାର କରିନେବାରୁ ଇଂଲଣ୍ଡ ୫୩/୪ରେ ସଂଘର୍ଷ କରିଥିଲା। ଏହା ପରେ ବେନ୍ ଷ୍ଟୋକସ (୮୯, ୧୧୫ ବଲ, ୮ ଚୌକା, ୨ ଛକା)ଙ୍କୁ ଷ୍ଟାର୍କ ତୃତୀୟ ଶିକାର କରିବା ପରେ ଇଂଲଣ୍ଡର ଆଶା ପାଣି ଫୁଟୁକା ଭଳି ଉଭେଇଯାଇଥିଲା। ଏହା ପରେ ବେହେରନ୍ଡର୍ଫ ଆଉ ୩ ୱିକେଟ୍ ନେଇ ବିଶ୍ବକପ୍ରେ ନିଜ ପ୍ରଥମ ୫ ୱିକେଟ୍ ସଫଳତାର ଅଭୁଲା ସ୍ମୃତି ପାଇଥିଲେ। ଲର୍ଡସରେ ୫ ୱିକେଟ୍ ନେବାରେ ଅଷ୍ଟ୍ରେଲିଆ ପାଇଁ ପଞ୍ଚମ ଉଦାହରଣ ଏବଂ ଚତୁର୍ଥ ବୋଲର ହୋଇଥିଲେ। ଅନ୍ୟମାନେ ଥିଲେ ଗ୍ୟାରି ଗିଲମୋର, ମାଇକେଲ୍ କାସ୍ପ୍ରୋୱିଜ୍, ବ୍ରେଟ ଲି (ଦୁଇ ଥର)। ଇଂଲଣ୍ଡ କିନ୍ତୁ ବିଜୟ ଲକ୍ଷ୍ୟ ପୂର୍ବରୁ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଆଦିଲ୍ ରସିଦଙ୍କୁ ନିଜ ଚତୁର୍ଥ ୱିକେଟ୍ କରି ମିଚେଲ୍ ଷ୍ଟାର୍କ ଇଂଲଣ୍ଡ ପାଳିକୁ ୫.୨ ଓଭର ପୂର୍ବରୁ ଶେଷ କରିବା ସହିତ ପୁଣି ଶୀର୍ଷକୁ ଉଠିଥିଲେ।
ୱାର୍ନର ୫୦୦ରେ ପ୍ରଥମ/sambad/media/post_attachments/wp-content/uploads/2019/06/warner-1-300x211.jpg)
ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଚଳିତ ବିଶ୍ବକପ୍ରେ ୫୦୦ ରନ୍ ପୂରଣ କରିଛନ୍ତି। ଏଭଳି କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ମଙ୍ଗଳବାର ୫୩ ରନ୍ କରିଥିବା ୱାର୍ନର ମଧ୍ୟ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାର ପ୍ରଥମ ସ୍ଥାନକୁ ଫେରିଛନ୍ତି। ସୋମବାର ସୁଦ୍ଧା ଏହି ତାଲିକାରେ ବାଂଲାଦେଶ ଅଲରାଉଣ୍ଡର ସକିବ-ଅଲ୍-ହାସନ ପ୍ରଥମ ସ୍ଥାନରେ ଥିଲେ। ୱାର୍ନର ତାଙ୍କୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ଚଳିତ ବିଶ୍ବକପରେ ୱାର୍ନର ଏ ପର୍ଯ୍ୟନ୍ତ ଦୁଇଟି ଶତକ ଏବଂ ତିନିଟି ଅର୍ଧଶତକ ହାସଲ କରି ସାରିଲେଣି। ୭ ମ୍ୟାଚ୍ର ୭ ପାଳିରୁ ୧୬୬ ରନ୍ର ସର୍ବାଧିକ ବ୍ୟକ୍ତିଗତ ସ୍କୋର ସହ ସେ ୮୩.୩୩ ହାରରେ ରନ୍ କରିଛନ୍ତି। ଏବେସୁଦ୍ଧା ସେ ୪୬ ଚୌକା ଏବଂ ୬ ଛକା ମାରିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି।
Follow Us