ଅଷ୍ଟ୍ରେଲିଆକୁ ୫୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ପର୍ଥ ଟେଷ୍ଟର ତୃତୀୟ ଅଧିବେସନରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ସୁଦୃଢ଼ ସ୍ଥିତିରେ ରହିଛି। ତୃତୀୟ ଦିନ ନିଜର ଦ୍ବିତୀୟ ଇନିଂସ ଶେଷ ସୁଦ୍ଧା ୧୩୪.୩ ଓଭରରେ ସ୍କୋର ୪୮୭ ରନ୍ ରହିଛି। ଟିମ୍ ଇଣ୍ଡିଆ ୫୩୩ ରନ୍ ଆଗୁଆ ରହିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୫୩୪ ରନ୍ ରହିଛି...

11apmmxkaae-

ସିଡନୀ: ପର୍ଥ ଟେଷ୍ଟର ତୃତୀୟ ଅଧିବେସନରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ସୁଦୃଢ଼ ସ୍ଥିତିରେ ରହିଛି। ତୃତୀୟ ଦିନ ନିଜର ଦ୍ବିତୀୟ ଇନିଂସ ଶେଷ ସୁଦ୍ଧା ୧୩୪.୩ ଓଭରରେ ସ୍କୋର ୪୮୭ ରନ୍ ରହିଛି।  ଟିମ୍ ଇଣ୍ଡିଆ ୫୩୩ ରନ୍ ଆଗୁଆ ରହିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୫୩୪ ରନ୍ ରହିଛି।  

ଯଶସ୍ୱୀ ଜୟସ୍ବାଲ ୨୯୭ ବଲରେ ୧୬୭ ରନରେ କରିଛନ୍ତି। କେ.ଏଲ୍ ରାହୁଲ ୧୭୬ ବଲରେ ୭୭ କରିଛନ୍ତି।  ସେହିପରି ଦେବଦତ୍ତ ପାଦିକଲ ୨୪ ରନ୍, ବିରାଟ କୋହଲି ୧୦୦ ରନ୍, ୱାଶିଂଟନ ସୁନ୍ଦର ୨୯ ରନ୍ ଏବଂ ନୀତିଶ ରେଡ୍ଡୀ ୩୮ ରନ୍ କରିଛନ୍ତି।  

ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଇନିଂସରେ ମାତ୍ର ୧୦୪ ରନ୍‌ରେ ଅଷ୍ଟ୍ରେଲିଆକୁ ଆଉଟ୍ କରିଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ ସଂଗ୍ରହ କରିଥିଲା।  ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିବା ପରେ ଭାରତ ୪୬ ରନରେ ଆଗୁଆ ରହିଥିଲା।

ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ୨ଟି  ଚୌକା ସହାୟତାରେ ୨୬ ରନ୍‌ର ସବୁଠାରୁ ବଡ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ଜସପ୍ରୀତ ବୁମ୍ରା ଭାରତ ପାଇଁ ସର୍ବାଧିକ ୫ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ହର୍ଷିତ ରାଣା ୩ ଏବଂ ମହମ୍ମଦ ସିରାଜ ୨ ନେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe