Cricket: ବର୍ଷା ବଦଳାଇଲା ବିଶ୍ବକପ୍‌ର ଗଣିତ: ଭାଗ୍ୟ ଦେଲା ଜିମ୍ବାୱେକୁ ‘ସୁପର-୮’ର ଟିକେଟ୍‌

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦୌଡ଼ରୁ ପୂର୍ବତନ ଚାମ୍ପିୟନ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହୋଇଯାଇଛି। ଗ୍ରୁପ୍‌ ‘ବି’ରେ ମଙ୍ଗଳବାର ଖେଳାଯିବାକୁ ଥିବା ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ଉପରେ ଅଷ୍ଟ୍ରେଲିଆର ନଜର ଥିଲା।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦୌଡ଼ରୁ ପୂର୍ବତନ ଚାମ୍ପିୟନ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହୋଇଯାଇଛି। ଗ୍ରୁପ୍‌ ‘ବି’ରେ ମଙ୍ଗଳବାର ଖେଳାଯିବାକୁ ଥିବା ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ଉପରେ ଅଷ୍ଟ୍ରେଲିଆର ନଜର ଥିଲା।

Untitled-27.jpg

ପାଲେକଲ୍‌: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦୌଡ଼ରୁ ପୂର୍ବତନ ଚାମ୍ପିୟନ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହୋଇଯାଇଛି। ଗ୍ରୁପ୍‌ ‘ବି’ରେ ମଙ୍ଗଳବାର ଖେଳାଯିବାକୁ ଥିବା ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ଉପରେ ଅଷ୍ଟ୍ରେଲିଆର ନଜର ଥିଲା। ମାତ୍ର ପ୍ରବଳ ବର୍ଷା ଯୋଗୁଁ ଏହି ମ୍ୟାଚ୍‌ଟି ବାତିଲ ହେବା ପରେ ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ୍‌ ମଧ୍ୟରେ ପଏଣ୍ଟ୍‌ ଭାଗ କରାଯାଇଥିଲା। ଏହା ସହିତ ୫ ପଏଣ୍ଟ ପାଇ ଜିମ୍ବାଓ୍ବେ ସୁପର-୮କୁ ଉନ୍ନୀତ ହୋଇଛି। ପାଲେକଲ୍‌ରେ ମଙ୍ଗଳବାର ସକାଳୁ ନିରବଚ୍ଛିନ୍ନ ଭାବେ ବର୍ଷା ଲାଗି ରହିଥିଲା। ଏପରିକି ବର୍ଷା ଯୋଗୁଁ ଟସ୍‌ ମଧ୍ୟ ପଡ଼ିପାରିନଥିଲା। ଏହା ପରେ ଭାରତୀୟ ସମୟ ଅପରାହ୍ଣ ସାଢେ ୫ଟା ସମୟରେ ମ୍ୟାଚ୍‌ ରେଫରି ମ୍ୟାଚ୍‌ ରଦ୍ଦ ହେଲା ବୋଲି ଘୋଷଣା କରିଥିଲେ।

ବିଶ୍ବକପ୍‌ର ୭ମ ଦଳ ଭାବେ ଜିମ୍ବାଓ୍ବେ ସୁପର-୮ରେ ପ୍ରବେଶ କରିଛି। ସୁପର-୮ର ଗ୍ରୁପ୍‌-୧ରେ ଭାରତ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍‌ ଓ ଜିମ୍ବାଓ୍ବେ ଅଛନ୍ତି। ସେହିପରି ଗ୍ରୁପ୍‌-୨ରେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡ୍‌ ନିଜ ସ୍ଥାନ ପକ୍କା କରିସାରିଥିବାବେଳେ ୮ମ ଦଳ ଭାବେ ପାକିସ୍ତାନ କିମ୍ବା ୟୁଏସ୍‌ଏ ସ୍ଥାନ ପାଇବେ।

ଆହୁରି ପଢ଼ନ୍ତୁ: Cyber Fraud: ମୁଲ୍ ଆକାଉଣ୍ଟ ଜରିଆରେ ୫୮ ଲକ୍ଷର ସାଇବର ଠକେଇ

ଅଷ୍ଟ୍ରେଲିଆ ପାଇଁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବେଶ୍‌ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଆହତ ଜନିତ କାରଣରୁ ଦଳ ନିଜର କେତେକ ତାରକା ଖେଳାଳିଙ୍କ ବିନା ବିଶ୍ବକପ୍‌ ଲଢିବାକୁ ଆସିଥିଲା। ତେବେ ଫେବ୍ରୁଆରି ୧୩ରେ ଜିମ୍ବାଓ୍ବେ ବିପକ୍ଷରେ ପରାଜୟ ସମଗ୍ର କ୍ରିକେଟ୍‌ ଜଗତକୁ ସ୍ତବ୍ଧ କରିଦେଇଥିଲା। ଏହା ପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଉପରେ ଦଳ ଆଶା ରଖିଥିଲେ ବି ପଥୁମ ନିଶଙ୍କଙ୍କ ଚମତ୍କାର ଶତକ ଅଷ୍ଟ୍ରେଲିଆର ବିଦାୟକୁ ନିଶ୍ଚିତ କରିଦେଇଥିଲା। ଆସନ୍ତା ୨୦ ତାରିଖରେ ଅଷ୍ଟ୍ରେଲିଆର ଶେଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଓମାନ ବିପକ୍ଷରେ ଖେଳାଯିବ। ତେବେ ଏବେ ଏହି ମ୍ୟାଚ୍‌ ନିଜର ଗୁରୁତ୍ବ ହରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe