ରାଞ୍ଚି: ଭାରତର ୩ୟ ଶିକାର ହୋଇଛନ୍ତି ଅଷ୍ଟ୍ରେଲିଆର ଅରୁଣ ଫିଞ୍ଚ। ରାଞ୍ଚି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୩୦ଟି ବଲ ଖେଳି ଅରୁଣ ଫିଞ୍ଚ(୪୨) କୁଳଦୀପ ଯାଦବଙ୍କ ବଲରେ ବୋଲ୍ଡ ହୋଇ ପାଭଲିୟନକୁ ଫେରି ଆସିଛନ୍ତି। ଝାରଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏନ୍ ଦ୍ୱାରା ଆୟୋଜିତ ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଫିଞ୍ଚ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ପୂର୍ବରୁ ଭାରତର ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ଡାଭିଡ଼ ଓ୍ଵାର୍ଣ୍ଣର(୮)। ସେ ୫ଟି ବଲ ଖେଳି ଭୁବନେଶ୍ୱର କୁମାରଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ। ସେହିଭଳି ଅଷ୍ଟ୍ରେଲିୟା ୨ୟ ଓ୍ଵିକେଟ ଭାବରେ ଗ୍ଲେନ ମ୍ୟାକ୍ସେଓ୍ଵଲଙ୍କୁ ହରାଇଥିଲା। ମ୍ୟାକ୍ସେଓ୍ଵଲ ୧୬ଟି ବଲ ଖେଲି ୧୭ ରନ୍ ସଂଗ୍ରହ କରିବା ପରେ ୟୁଜବେନ୍ଦ୍ର ଚଳଙ୍କ ବଲକୁ ଯଶପ୍ରିତ ବୁମରାଙ୍କୁ କ୍ୟାଚ ଦେଇଥିଲେ। କୁଳଦୀପ ଯାବଙ୍କ ୨ୟ ଶିକାର ହୋଇଥିଲେ ମୋଇସେସ ହେନରିକ(୮)। ହେନରିକ ମଧ୍ୟ ବୋଲ୍ଡ ହୋଇଛନ୍ତି।
ଭାରତ ଟସ୍ ଜିଣ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ୧୨.୩ଓଭରରେ ୪ଟି ଓ୍ଵକେଟ ହରାଇ ୮୭ ରନ୍ ସଂଗ୍ରହ କରିଛି। ତ୍ରାଭିସ ହେଡ଼ ଓ ଡାନିଏଲ ଖ୍ରୀଷ୍ଟିଆନ ବ୍ୟାଟିଂ ଜାରି ରଖିଛନ୍ତି।
Follow Us