ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: ଅଷ୍ଟ୍ରେଲିଆ ୪/୧୨୬

Advertisment
ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: ଅଷ୍ଟ୍ରେଲିଆ ୪/୧୨୬

କୋଲକାତା: ୨୫୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୪ଟି ଓ୍ଵିକେଟ ହରାଇ ୧୨୧ ରନ୍‌ ସଂଗଅହ କରିଛି। ତ୍ରବିସ ହେଡ଼ ୩୯ଟି ବଲ ଖେଳି ୩୯ ରନ୍‌ ସଂଗ୍ରହ କରିବା ପରେ ୟୁଜବେନ୍ଦ୍ର ଚଳଙ୍କ ବଲକୁ ମନୀଷ ପାଣ୍ଡେଙ୍କୁ ଦେଇ ପାଭଲିୟନ ଫେରିଯାଇଥିଲେ। ସେହିପରି ଚହଲଙ୍କ ବଲକୁ ମହେନ୍ଦ୍ର ସିଂହ ଧୋନିକୁ ଦେଇ ଆଉଟ ହୋଇଥିଲେ ଗ୍ଲେନ ମ୍ୟାକ୍ସେଓ୍ଵଲ(୧୪)। ପୂର୍ବରୁ ଓପନର ହିଲଟନ୍‌ ଓ ଡାଭିଡ଼ ଓ୍ଵାର୍ଣ୍ଣରକୁ ହରାଇଛି। ହିଲଟନ୍‌ କେଟରାଇଟ(୧) ୧୫ଟି ବଲ ଖେଳି ଭୁବନେଶ୍ୱର କୁମାରଙ୍କ ବଲ ଖେଲିବାକୁ ଯାଇ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ବେଳେ, ୯ଟି ବଲ ଖେଳି ଓ୍ଵାର୍ଣ୍ଣର(୧) ଭୁବନେଶ୍ୱର କୁମାରଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ ଦେଇଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ଅଧିନାୟକ ଷ୍ଟିଭେନ ସ୍ମିଥ (୫୪) ମାର୍କ ଷ୍ଟୋନିସ(୫) କ୍ରିଜରେ ଅଛନ୍ତି। ଅଷ୍ଟ୍ରେଲିଆ ୨୭ଓଭରରେ ୧୨୬ ରନ୍‌ ସଂଗ୍ରହ କରି ୪ଟି ଓ୍ଵିକେଟ ହରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe