ଅଷ୍ଟ୍ରେଲିଆ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ:ଭେନସ, ଷ୍ଟିଫେନ୍ସ ଓ ଆଣ୍ଡରସନ୍‌ଙ୍କ ବିଦାୟ

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ନାଦାଲ, କିର୍ଗିସ୍‌, ଦିମିତ୍ରୋଭ

ଦ୍ୱିତୀୟ ପର୍ଯ୍ୟାୟରେ ନାଦାଲ, କିର୍ଗିସ୍‌, ଦିମିତ୍ରୋଭ

ଅଷ୍ଟ୍ରେଲିଆ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ:ଭେନସ, ଷ୍ଟିଫେନ୍ସ ଓ ଆଣ୍ଡରସନ୍‌ଙ୍କ ବିଦାୟ

MELBOURNE, AUSTRALIA - JANUARY 15: A disappointed Venus Williams of the United States walks off the court after losing her first round match against Belinda Bencic of Switzerland on day one of the 2018 Australian Open at Melbourne Park on January 15, 2018 in Melbourne, Australia. (Photo by Cameron Spencer/Getty Images)

ସିଡ୍‌ନି : ଅଠରର ଅନ୍ତର୍ଜାତୀୟ ଟେନିସ୍‌ ଋତୁ ଆରମ୍ଭରୁ ରୋମାଞ୍ଚଭରା ରହିଛି। ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ‘ଅଷ୍ଟ୍ରେଲିଆନ୍‌ ଓପନ’ର ପ୍ରଥମ ଦିନରେ ଅନେକ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ମୁଣ୍ଡ ଗଡ଼ିଛି। କେତେକ ନବାଗତ ଖେଳାଳି ମଧ୍ୟ ଖେଳ ଜୀବନର ସ୍ମରଣୀୟ ବିଜୟ ହାସଲ କରି ନିଜ ଉପସ୍ଥିତିକୁ ଜାହିର କରିଛନ୍ତି।
ସୋମବାର ପ୍ରଥମ ଦିନର ମହିଳା ଏକକରେ ପଞ୍ଚମ ମାନ୍ୟତା ଲାଭ କରିଥିବା ଆମେରିକୀୟ ଲଳନା ତଥା ଗତବର୍ଷ ଫାଇନାଲ ଖେଳିଥିବା ଭେନସ ଓ୍ଵିଲିୟମ୍ସ, ଦଶମ ମାନ୍ୟତା କୋକା ଭନ୍ଦେଓ୍ଵିଗେ, ତ୍ରୟୋଦଶ ମାନ୍ୟତା ପ୍ରାପ୍ତ ସ୍ଲୋଆନି ଷ୍ଟିଫେନ୍ସ, ୩୧ତମ ମାନ୍ୟତା ପ୍ରାପ୍ତ ଏକାଟେରିନା ମକରେଭା ଓ ୨୪ତମ ମାନ୍ୟତାପ୍ରାପ୍ତ ଡୋମିନିକା ସିବୁଲକୋଭା ପରାଜୟର ସମ୍ମୁଖୀନ ହୋଇଛନ୍ତି। ସେହିଭଳି ପୁରୁଷ ଏକକରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଜ୍ୟାକ୍‌ ସୋକ୍‌, ଷୋଡ଼ଶମାନ୍ୟତା ଲାଭ କରିଥିବା ଜନ୍‌ ଇସନର, ଏକାଦଶ ମାନ୍ୟତାପ୍ରାପ୍ତ ଜେମ୍ସ ଆଣ୍ଡରସନ୍‌, ଅଷ୍ଟାଦଶ ମାନ୍ୟତା ଲାଭ କରିଥିବା ଲୁକାସ ପାଉଲି ଓ ୨୭ତମ ମାନ୍ୟତା ଲାଭ କରିଥିବା ଫିଲିପ କୋହଲସ୍କ୍ରାଇବର ନିଜ ନିଜ ମ୍ୟାଚ୍‌ ହାରି ବିଦାୟ ନେଇଛନ୍ତି। ଅନ୍ୟ ପକ୍ଷରେ ପୂର୍ବତନ ବିଜେତା ତଥା ଶୀର୍ଷ ମାନ୍ୟତା ଖେଳାଳି ରାଫେଲ ନାଦାଲ ଡୋମିନିକାର ଏଷ୍ଟ୍ରେଲା ବିର୍ଗୋସଙ୍କୁ ୬-୧, ୬-୧, ୬-୧ ସେଟ୍‌ରେ ହରାଇ ନିଜ ଦ୍ୱିତୀୟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଏବଂ ସପ୍ତଦଶ ଗ୍ରାଣ୍ଡସ୍ଲାମ୍‌ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ୩୧ ବର୍ଷୀୟ ନାଦାଲଙ୍କୁ ୩୭ ବର୍ଷୀୟ ଏଷ୍ଟ୍ରେଲା ଆଦୌ ଟକ୍କର ଦେଇ ପାରି ନଥିଲେ। ସ୍ଥାନୀୟ ଖେଳାଳି ନିକ୍‌ କିର୍ଗିସ୍‌ ୬-୧, ୬-୨, ୬-୪ରେ ବ୍ରାଜିଲର ରୋଜେରିଓ ଦତ୍ରା ସିଲଭାଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରି ଦେଇଥିଲେ। ପଦାର୍ପଣକାରୀ ତଥା ୨୦୧୬ କନିଷ୍ଠ ଓ୍ଵିମ୍ବଲଡନ୍‌ ଓପନ୍‌ ବିଜେତା କନାଡାର ୧୮ ବର୍ଷୀୟ ଖେଳାଳି ଡେନିସ୍‌ ସାପାଭୋଲଭ ଗ୍ରିସର ଷ୍ଟିଫାନୋସ ତିସ୍ତିପାସଙ୍କୁ ୬-୧, ୬-୩ ସିଧାସଳଖ ସେଟ୍‌ରେ ହରାଇ ଏହି ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭ, ବ୍ରିଟେନର କାଇଲ ଏଡମଣ୍ଡ ମଧ୍ୟ ବିଜୟୀ ଖେଳାଳିଙ୍କ ମଧ୍ୟରେ ରହିଥିଲେ।
ସେପଟେ ସ୍ୱିଜରଲାଣ୍ଡର ୨୦ ବର୍ଷୀୟା ତାରକା ବେଲିଣ୍ଡା ବେଙ୍କିକ ରଡ୍‌ ଲଭର ଏରିନାରେ ଭେନସଙ୍କୁ ଘାଇଲା କରି ଦେଇଥିଲେ। ୬-୩, ୭-୫ରେ ଭେନସଙ୍କୁ ହରାଇ ନିଜ ଖେଳ ଜୀବନର ଅନ୍ୟତମ ବଡ଼ ବିଜୟ ହାସଲ କରିଥିଲେ। ଭେନସ ନିଜ ଶ୍ରେଷ୍ଠ ଖେଳ ଖେଳି ନପାରି ଦୁଃଖଦ ବିଦାୟ ନେଇଥିଲେ। ସାନ ଭଉଣୀ ସେରେନା ଓ୍ଵିଲିୟମ୍ସ ଓହରି ଯାଇଥିବାରୁ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓପନର ଦ୍ୱିତୀୟ ପର୍ଯ୍ୟାୟରେ ଓ୍ଵିଲିୟମ୍ସ ଉଭଣୀଙ୍କୁ ଦେଖିବାକୁ ମିଳିବ ନାହିଁ। ଆଘାତ ପ୍ରାପ୍ତ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଟେନିସ୍‌ କୋର୍ଟରୁ ଦୂରେଇ ରହିଥିବା ପୂର୍ବତନ ସପ୍ତମ ମାନ୍ୟତା ଖେଳାଳି ବେଙ୍କିକ ପୁନର୍ବାର ଶ୍ରେଷ୍ଠ ୧୦ରେ ପ୍ରବେଶ କରିବାର ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଅନ୍ୟତମ ଆମେରିକୀୟ ତାରକା ସ୍ଲୋଆନି ଷ୍ଟିଫେନ୍ସ ଚୀନର ଝାଙ୍ଗ ସୁଇଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ୨-୬, ୭-୬, ୬-୨ରେ ହାରି ବିଦାୟ ନେଇଥିଲେ। ଦଶମ ମାନ୍ୟତାପ୍ରାପ୍ତ କୋକା ଭନ୍ଦେଓ୍ଵିଗେ ବିଜୟୀ ହୋଇଥିଲେ ମଧ୍ୟ ନିଜ ଉଗ୍ର ସ୍ୱଭାବ ପାଇଁ ରେଫରିଙ୍କଠାରୁ ଦୁଇଥର ଚେତାବନୀ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe