Photo: Hindustan Times
ବେଙ୍ଗାଲୁରୁ: ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲାରେ ଭାରତକୁ ୨୮୭ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍ ହରାଇ ୨୮୬ ରନ୍ କରିଛି। ଅଷ୍ଟ୍ରେଲିଆର ଇନିଂସରେ ଟିମ୍ର ଅଭିଜ୍ଞ ସଂପନ୍ନ ବ୍ୟାଟସ୍ମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଶତକ (୧୩୧ ରନ୍, ୧୩୨ ବଲ, ୧୪ ଚୌକା ଓ ୧ ଛକା) ହାସଲ କରିଛନ୍ତି। ଏଥି ସହିତ ଟିମ୍ର ସ୍କୋରରେ ମାର୍ନସ ଲବୁସାନେ(୫୪ ରନ୍, ୬୪ ବଲ, ୫ ଚୌକା)ଙ୍କ ମଧ୍ୟ ବଡ଼ ଅବଦାନ ରହିଛି। ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ସର୍ବାଧିକ ୪ଟି ଓ୍ଵିକେଟ୍ ମିଳିଛି।
ଅଷ୍ଟ୍ରେଲିଆର ସ୍କୋର ଆଜି ମନ୍ଥର ଗତିରେ ଆଗକୁ ବଢ଼ିଥିଲା। ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ଵାର୍ନର (୩ରନ, ୭ବଲ) ଓ ଅଧିନାୟକ ଆରେନ୍ ଫିଞ୍ଚ (୧୯ରନ, ୨୬ ବଲ, ୧ ଚୌକା, ୧ ଛକା) ୫୦ ରନ୍ ପୂର୍ବରୁ ପାଭଲିଅନ୍କୁ ଫେରି ଯାଇଥିଲେ। କଙ୍ଗାରୁ ଦଳ ୩.୨ ଓଭରରେ ୧୮ ରନ୍ରେ ପ୍ରଥମ ଓ୍ଵିକେଟ ଭାବେ ଓ୍ଵାର୍ନର ଓ ୮.୫ ଓଭରରେ ୪୬ ରନ୍ରେ ଦ୍ୱିତୀୟ ଓ୍ଵିକେଟ୍ ଫିଞ୍ଚଙ୍କୁ ହରାଇଥିଲା।
ଭାରତୀୟ ବୋଲରଙ୍କ ଦ୍ୱାରା ଓ୍ଵାର୍ନର ଓ ଫିଞ୍ଚଙ୍କୁ ଶସ୍ତାରେ ଆଉଟ୍ ହୋଇଯିବା ପରେ ଅଷ୍ଟ୍ରେଲିଆ ଅତିରିକ୍ତ ଚାପରେ ପଡ଼ିଯାଇଥିଲା। ମାତ୍ର ତୃତୀୟ ଓ୍ଵିକେଟରେ ସ୍ମିଥ ଏବଂ ଲାବୁସାନେ ୧୧୭ ରନ୍ ଯୋଡ଼ି ଦଳର ସ୍କୋରକୁ ଏକ ଭଲ ଦିଗ ଆଡ଼କୁ ନେଇଯାଇଥିଲେ। ଲାବୁସାନେ ଆଉଟ୍ ହୋଇ ପାଭଲିଅନ୍ ଫେରିଯିବା ପରେ ମିଚେଲ ଷ୍ଟାର୍କ ପଡ଼ିଆକୁ ପ୍ରବେଶ କରିଥିଲେ। ମାତ୍ର ସେ ୩ଟି ବଲ୍ ସମ୍ମୁଖୀନ ହୋଇ କୌଣସି ରନ୍ ନକରି ଫେରି ଯାଇଥିଲେ।
/sambad/media/post_attachments/wp-content/uploads/2020/01/ravindra-jadeja_4d9263f0-3aaf-11ea-92f9-d106e68aba9e.jpg) Photo: Hindustan Times
 Photo: Hindustan Timesଓ୍ଵିକେଟ୍ କିପର ବ୍ୟାଟସ୍ମାନ ଆଲେକ୍ସ କେରିଙ୍କ ଠାରୁ ଦର୍ଶକ ବହୁତ କିଛି ଆଶା କରିଥିଲେ। କିନ୍ତୁ କରି ୩୬ଟି ବଲ ଖେଳି ୩୫ ରନ୍ ଦଳ ପାଇଁ ଯୋଡ଼ିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। କେରି ଆଉଟ୍ ହେବା ବେଳକୁ ଦଳର ସ୍କୋର ୨୩୧ ରନ୍ ଥିଲା। କୁଲଦୀପ ଯାଦବଙ୍କ ବଲରେ କେରି ଆଉଟ୍ ହୋଇ ପାଭଲିଅନ୍ ଫେରିଯିବା ପରେ ତାଙ୍କ ସ୍ଥାନ ନେବା ପାଇଁ ପଡ଼ିଆକୁ ପ୍ରବେଶ କରିଥିଲେ ଆଷ୍ଟନ ଟର୍ନର।
ତେବେ ଅଷ୍ଟ୍ରେଲିଆର ସ୍କୋର ୨୩୮ ରନ୍ ଥିବା ବେଳେ ଟର୍ନର ଆଉଟ୍ ହୋଇଥିଲେ। ସେ ୧୦ଟି ବଲ ଖେଳି ୪ ରନ୍ ସଂଗ୍ରହ କରିବା ପରେ ନବଦୀପଙ୍କ ବଲ କେଏଲ୍ ରାହୁଲଙ୍କୁ କ୍ୟାଚ୍ ଦେଇ ପଡ଼ିଆରୁ ବିଦାୟ ନେଥିଲେ। ମାଇଲ ଖୁଣ୍ଟ ଭାବେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରିଥିବା ଷ୍ଟିଭେନ୍ ସ୍ମିଥ ୪୭.୧ ଓଭରରେ ଆଉଟ୍ ହେବା ବେଳକୁ ଅଷ୍ଟ୍ରେଲିଆର ସ୍କୋର ୨୭୩ ରନ୍ ଥିଲା। ପେଟ୍ କମିନ୍ସ କୌଣସି ରନ୍ କରି ନଥିବା ବେଳେ ଆଦାମ ଜାମ୍ପା ୧ ରନ୍ କରି ଆଉଟ୍ ହୋଇଥିଲେ।
ଭାରତୀୟ ବୋଲରମାନଙ୍କ ମଧ୍ୟରୁ ମହମ୍ମଦ ସାମି ଆଜି ପୁଣି ଚମତ୍କାର ବୋଲିଂ କରି ୪ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ପାଭଲିଅନ୍ ପଠାଇଥିଲେ। ରବୀନ୍ଦ୍ର ଜାଦେଜାଙ୍କୁ ୨ଟି ଓ୍ଵିକେଟ୍ ମିଳିଥିବା ବେଳେ ନଭଦୀପ ସଇନି ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/01/ind-aus-3rd-odi-cricket-match_2eae870a-3aac-11ea-92f9-d106e68aba9e.jpg)