ନୂଆଦିଲ୍ଲୀ: ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ପ୍ରାରମ୍ଭିକ ବ୍ୟାଟର୍ ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ ବିସ୍ଫୋରକ ବ୍ୟାଟିଂ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଘୋଷିତ ଦଳରେ ତାଙ୍କୁ ସାମିଲ କରାଯାଇ ନଥିଲା। ଆଇପିଏଲ୍ରେ ତାଙ୍କ ବ୍ୟାଟିଂ ଦେଖିବା ପରେ ଅଷ୍ଟ୍ରେଲିଆ ଚୟନ ସମିତି ସଦସ୍ୟ ଜର୍ଜ ବେଲି ତାଙ୍କୁ ଦଳର ସଂରକ୍ଷିତ ଖେଳାଳିଙ୍କ ମଧ୍ୟରେ ସ୍ଥାନ ଦେବାକୁ ସୁପାରିସ କରିଛନ୍ତି। ମ୍ୟାକଗର୍କଙ୍କ ସହିତ ମାଥ୍ୟୁ ସର୍ଟଙ୍କୁ ମଧ୍ୟ ସଂରକ୍ଷିତ ଖେଳାଳି ତାଲିକାରେ ସାମିଲ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ସର୍ଟ ବିଗ୍ ବାସ୍ ଲିଗ୍ରେ ୫ ମ୍ୟାଚ୍ରେ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଖେଳିଥିଲେ ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅଷ୍ଟ୍ରେଲିଆ ବିଶ୍ବକପ୍ ଦଳ ଗୁରୁବାର ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ତ୍ରିନିଦାଦ୍ରେ ଅଭ୍ୟାସ ଶିବିର ଆରମ୍ଭ କରିବା ପରେ ୨୮ ଓ ୩୦ ତାରିଖରେ ନାମିବ୍ୟା ଓ ୱେଷ୍ଟଇଣ୍ଡିଜ୍ ସହିତ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବା କାର୍ଯ୍ୟକ୍ରମ ରହିଛି। ଜୁନ୍ ୫ରେ ବାର୍ବାଡୋସ୍ରେ ଓମାନ୍ ବିପକ୍ଷରୁ ଅଷ୍ଟ୍ରେଲିଆ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ।
ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ମ୍ୟାକଗର୍କ, ସର୍ଟ
Advertisment
Follow Us