କ୍ରୀଡ଼ାରୁ ମହିଳାଙ୍କୁ ବାଦ୍‌ଦେଲେ ଆଫ୍‌ଗାନିସ୍ତାନ ଟେଷ୍ଟ୍‌ ବାତିଲ କରିବ ଅଷ୍ଟ୍ରେଲିଆ

କ୍ରୀଡ଼ାରୁ ମହିଳାଙ୍କୁ ବାଦ୍‌ଦେଲେ ଆଫ୍‌ଗାନିସ୍ତାନ ଟେଷ୍ଟ୍‌ ବାତିଲ କରିବ ଅଷ୍ଟ୍ରେଲିଆ

ମେଲ୍‌ବର୍ଣ୍ଣ : ତାଲିବାନ ସରକାର ଏବେ ମହିଳାଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅନୁମତି ଦେବାକୁ ମନା କରିଦେଇଛି। ତାଲିବାନ ସରକାରର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି କ୍ରିକେଟ୍‌ ଅଷ୍ଠ୍ରେଲିଆ। ମହିଳାଙ୍କୁ କ୍ରିକେଟ୍‌ ସମେତ ଅନ୍ୟାନ୍ୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ଅନୁମତି ନମିଳିଲେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଫ୍‌ଗାନିସ୍ତାନ ବିପକ୍ଷ ଟେ‌ଷ୍ଟ୍‌ ମ୍ୟାଚ୍‌କୁ ବାତିଲ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଶୁଣାଇଛି।

ତାଲିବାନ ସରକାର ମହିଳାଙ୍କ ଅଂଶଗ୍ରହଣ ଉପରେ କଟକଣା ଲଗାଇଥିବାରୁ ଅଷ୍ଟ୍ରେଲିଆର କ୍ରୀଡ଼ା ମନ୍ତ୍ରୀ ରିଚାର୍ଡ କୋଲ୍‌ବେକ୍‌ଙ୍କ ସମେତ ସଂଖ୍ୟାଧିକ ରାଜନେତା ନଭେମ୍ବର ୨୭ରୁ ହୋବାର୍ଟରେ ଆରମ୍ଭ ହେବାକୁ ଥିବା ଟେଷ୍ଟ୍‌ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ତାସ୍‌ମାନିଆ ସରକାର ମଧ୍ୟ ଚଳିତ ସପ୍ତାହରେ ଏହି କଟକଣା ବିରୋଧରେ ସ୍ବର ଉଠାଇଥିଲା। ସେମାନଙ୍କ କହିବା କଥା ହେଲା ସାରା ବିଶ୍ବ‌ରେ ମହିଳା କ୍ରିକେଟ୍‌କୁ ବିକଶିତ କରିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ବ ବହନ କରେ। କ୍ରିକେଟ୍‌ ସମସ୍ତଙ୍କ ପାଇଁ ଏବଂ ଆମେ ଏହାକୁ ସବୁସ୍ତରରେ ସମର୍ଥନ ଯୋଗାଇବୁ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ କହିଛି। ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସମର୍ଥନ ଯୋଗାଇଥିବାରୁ ଆମେ ଅଷ୍ଟ୍ରେଲିଆ ଏବଂ ତାସ୍‌ମାନିଆ ସରକାରକୁ ଧନ୍ୟବାଦ ଜଣାଉଛୁ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ କହିଛି। ଅଷ୍ଟ୍ରେଲୀୟ କ୍ରିକେଟର୍‌ଙ୍କ ସଂଘ ମଧ୍ୟ ଆଫ୍‌ଗାନିସ୍ତାନ ସହ ଟେଷ୍ଟ୍‌ ବାତିଲକୁ ସମର୍ଥନ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe