ଭାରତକୁ ସୁହାଇବ ଅଷ୍ଟ୍ରେଲିଆ ଗସ୍ତ: ଚାପେଲ୍‌

Advertisment
ଭାରତକୁ ସୁହାଇବ ଅଷ୍ଟ୍ରେଲିଆ ଗସ୍ତ: ଚାପେଲ୍‌

Times of India

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ୍ ଚାପେଲ୍‌ ଅନୁଭବ କରୁଛନ୍ତି ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଭ୍ରମଣକାରୀ ଦଳକୁ ସୁହାଇବ। ଏହି ଶୃଙ୍ଖଳା ପୂର୍ବରୁ ଲାଗି ରହିଥିବା ବିଶୃଙ୍ଖଳିତ ପରିସ୍ଥିତି, ଖେଳସୂଚୀକୁ ନେଇ ଦ୍ବନ୍ଦ୍ବ ଏବଂ ପ୍ରାକ୍‌ଶୃଙ୍ଖଳା ସଂଗରୋଧ ଆଦି ପ୍ରସଙ୍ଗ କାରଣରୁ ହିଁ ଭାରତକୁ ଏହି ଗସ୍ତ ସୁହାଇବ। ବିଶୃଙ୍ଖଳିତ ତଥା ଅନିଶ୍ଚିତତା ପରିସ୍ଥିତି କାରଣରୁ ଭାରତକୁ ନିଜ ଘରେ ଖେଳିବା ଭଳି ପରିବେଶ ମିଳିବ ଏବଂ ପ୍ରସ୍ତୁତି ଦୃଷ୍ଟିକୋଣରୁ ଏହା ଭାରତୀୟଙ୍କୁ ଫାଇଦା ଦେବ। ନଭେମ୍ବର ୨୭ରୁ ଆରମ୍ଭ କରି ଭାରତ ୩ ଟି-୨୦, ୩ ଦିନିକିଆ ଏବଂ ୪ ଟେଷ୍ଟ୍ ଖେଳିବ। ଭାରତୀୟ ଦଳ ଏବେ ସୁଦ୍ଧା ଘୋଷିତ ହୋଇନାହିଁ।

ତେବେ ଗତ ୨୦୧୮-୧୯ ଗସ୍ତ ଭଳି ଏହ ହେବ ନାହିଁ ବୋଲି ଇଆନ୍ ଚାପେଲ୍ କହିଛନ୍ତି। ଗତ ଥର ଡେଭିଡ୍‌ ୱାର୍ନର ଏବଂ ଷ୍ଟିଭ୍ ସ୍ମିଥ୍‌ ନିଲମ୍ବିତ ରହିଥିଲେ। ଏହି ଦୁଇ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତକୁ ଫାଇଦା ମିଳିଥିଲା। ବିରାଟ କାହଲିଙ୍କ ଦଳ ବି ସୁଯୋଗ ହାତଛଡ଼ା ନ କରି ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ସଫଳତା ପାଇଥିଲା। ଏଥର କିନ୍ତୁ ଏହି ଦୁଇ ଅଭିଜ୍ଞଙ୍କ ଉପସ୍ଥିତି ସହିତ ମାର୍ନସ ଲବୁସାନଙ୍କ ଉତ୍‌ଥାନ ଭାରତ ପାଇଁ ପ୍ରତିବଂଧକ ହୋଇପାରିବ ବୋଲି ଚାପେଲ୍ ପୂର୍ବାନୁମାନ କରିଛନ୍ତି। ଏଥର ଅଷ୍ଟ୍ରେଲିଆର ପେସ୍‌ ବୋଲିଂ ଭଲ ରହିଥିବାରୁ ଭାରତର ସଫଳତା ଏମାନଙ୍କୁ ଠିକଣା ମୁକାବିଲା ଉପରେ ନିର୍ଭର କରିବ। ପେସ୍‌ ବୋଲରଙ୍କୁ ମୁକାବିଲା କରିବାରେ ବିରାଟ କୋହଲିଙ୍କ ଦକ୍ଷତା ହିଁ ନିର୍ଣ୍ଣାୟକ ହେବ ବୋଲି ଚାପେଲ୍ କହିଛନ୍ତି। ଭାରତୀୟଙ୍କ ମଧ୍ୟରୁ ଗତ ଥର ଚେତେଶ୍ବର ପୂଜାରା ଏକାକୀ ଅଷ୍ଟ୍ରେଲୀୟଙ୍କୁ ପ୍ରତିରୋଧ କରିଥିଲେ, ଏଥର ଅନ୍ୟ କେହି ପ୍ରଷ୍ଫୁଟିତ ହୋଇପାରନ୍ତି ବୋଲି ଚାପେଲ୍‌ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe